STORYMIRROR

Umasankara Behera

Romance Others

3  

Umasankara Behera

Romance Others

ସଫଳତା

ସଫଳତା

1 min
254

  

ସଫଳତାର ସେ

ସଫଳ ମଣିଷ କାହାଣି

କେତେ ଉଙ୍କି ମାରୁଥାଏ ମନେ  

ଜୋସ୍ନାଭରା ରାତିରେ ଝରକା ପାଖରେ

ବସି ଭାବୁଥାଏ ଦିନେ ll

ଭବିଷ୍ୟତ ସିନା

ବଦଳେଇ ହୁଏନା

ଅଭ୍ୟାସ ବଦଳେଇ ହେବ

ଦୃଢ ଇଛାଶକ୍ତି ଓ ଦୃଢ ସାମର୍ଥ୍ୟ

ସଫଳତାର ଶିର୍ଷକର ପାଦଦେଶ ll

ସଫଳତା ଲାଗି

ସପନ ଦେଖୁଥିଲେ ନିତି

ସ୍ବପ୍ନ ଚିନ୍ତାଧାରେ କରି ପରିଣତ

ସେ ଚିନ୍ତାଧାରା କାର୍ଯ୍ୟରେ ବଦଳେଇ

କଲାମ ରଚିଲେ ସଫଳତାର ଇତିହାସ ll

କ୍ଷଣିକ ଖୁସିରେ

ସେ ନହୋଇ ଖୁସି

ବଡ ସଫଳତାର ପାଇଁ

କର୍ମପଥେ ନିଜକୁ ଉତ୍ସର୍ଗକୃତ କରି

ସଫଳତାର ସଫଳ ମଣିଷ ହେଲେ ସେହି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance