ଆଖ୍ୟା-ଭିଟାମାଟି
ଆଖ୍ୟା-ଭିଟାମାଟି


ଉଲ୍ଲାସେ ଯେହ୍ନେ ନର ଚହଳନ୍ତି
ମୋ ଲୋକାଳୟର ଭିଟାମାଟି
ଦେବଗଡର ପ୍ରାଚି-ମୂଳ ମସ୍ତକ ଗଲା
ସଲିଳ ଗର୍ଭ ଗଲା ଡୁବି ll
ଗିରି-ବନ-ପାଟ ନିର୍ବତ୍ତି
ନୀରମଗ୍ନେ ନଇଁଗଲା ଶିର
ନିରନ୍ନର ନିରୁକ୍ତ ବେଦନା
ମନୁଜ୍ଞାନ ନିମିଷେ ହେଲା ତିମିର ll
ଜନମନେ ଦୁଃଖ ଉତ୍ଥାନ ପତନ
ଚିନ୍ତା ହଜେ ଘନଘନ
ଭିଟାମାଟି କଥା ଉଲ୍ଲାସର
ଆତ୍ମାପ୍ରାୟେ ଉଭିଲା ଗୀତ-ତାନ ll
ଭିଟାମାଟି ସ୍ଥଳେ ନିରବେ ନିଶ୍ଚଳେ
କେତେଅବା ଖେଳନ୍ତି ମୀନ
ଗିରିରାଜ ଚୂଳ ଠାବେ ଠାବେ ଦିଶେ
ଚାରୁଲତା ଜନଶୂନ୍ୟ ll
ଭିଟାମାଟି ଜଳଗରଭୁ ଦୂରଦେଶକୁ
ଦିଏ ବାରତା ତରଙ୍ଗେ
ଛିନ୍ନକରି ବନ୍ଧନହରା ଚିର ଦିନ ପାଇଁ
ଚାଲିଗଲ କି ମାନବେ ll
ସରବ ସହିଣୀ ଜନନୀ-ଦର୍ଶନେ
ତୃଷା ହୃଦୟ ମୋ ବିଦାରୁଣ
ଦୂରୁ ଥାଇ ମାଆ ନତମସ୍ତକେ କର
କରେ କ୍ଷମୁଅଛି ଏ ଅଜ୍ଞାନ ll
ଦେବଗଡ ଜିଲ୍ଲାର ପୂର୍ବସ୍ଥଳଭାଗ ରେଙ୍ଗାଳି ନଦୀବନ୍ଧରେ ଲୀନ ହେବାର ଦାରୁଣ କାହାଣୀ ll