STORYMIRROR

Umasankara Behera

Romance

3  

Umasankara Behera

Romance

କଳଙ୍କ

କଳଙ୍କ

1 min
205


ମୋ ମଥାରେ ବୋଳି

    କଳଙ୍କ ଦାଗ

    ମୋତେ କଲୁ କଳଙ୍କିନୀ

ଗୋପପୁର ଛାଡି ଗଲୁ ମଥୁରା ବାହୁଡି

କହ୍ନେଇ ଆଉ ତୁ ଫେରିଲୁନି ll


କାନ୍ଦେ ଗୋପପୁର

   ଯମୁନା ନଈ

   ବାହୁନି କାନ୍ଦେ ରାଧିକା ମାଈଁ

କାହା ମୁହଁ ଚାହିଁ ବଞ୍ଚିବି ଆଉ

 ଏ କଳଙ୍କର ନିନ୍ଦା ଅପନିନ୍ଦା ସହି ll


ଶୁଭିବନି ଆଉ

   ବଈଁଶିର ସ୍ବର 

   କଦମ୍ବ ମୂଳେ

ଗୋପ ଗୋପାଲୁଣି ବସନ ଚୋରି

କିଏ କରିବ ଯମୁନା କୂଳେ ll


ଅନ୍ତର କାନ୍ଦୁଛି

   ହୃଦୟ ଜଳୁଛି

   ବିରହ ନିଆଁରେ ଦିନରାତି

ବୁଝେନାଈଁ ମନ ଆରେ ଘନଶ୍ୟାମ

ନିନ୍ଦା ଅପମାନ ଦେଇ ଚାଲିଗଲୁ କେମିତି ll


କି କଲୁ ଶବର

   ବିନ୍ଧିଦେଲୁ ଶର

   ଶିଆଳି ଲତା କୁଞରେ

ଏ ଦ୍ବାପର ଯୁଗ ହୋଇଗଲା ଶେଷ

ତୁମେ କଳାକାହ୍ନୁ ଚାଲିଗଲା ପରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance