STORYMIRROR

Umasankara Behera

Others

4  

Umasankara Behera

Others

ଅହିଂସା

ଅହିଂସା

1 min
268


ବିଦେଶୀ ରାଜ-ହସ୍ତୁ ଅଖଣ୍ଡ ପବିତ୍ର ଭାରତ ଜନପଦ

  ନିର୍ଯ୍ୟାତନା ଅତ୍ୟାଚାର ଶୋଷଣୁ କରିବାକୁ ମୁକ୍ତ

ବୀର୍ଯ୍ୟବ୍ରତୀ-ବୀରଗଣ ହିୟାରେ ଅହରହ ଜଳେ ବହ୍ନି

 ଅହିଂସାମନ୍ତ୍ରେ ବାପୁ ସଭିଙ୍କୁ ସ୍ୱାଧିନ ପଥେ ଘେନି ll୧ll

ଅହିଂସା ପଥର କର୍ଣ୍ଣଧାର ସାଜିଲେ ଜାତିର ଜନକ

 ବ୍ରିଟିଶ୍-କରରୁ ସର୍ବଂସହାକୁ ମୁକତିର ଲକ୍ଷ୍ୟ 

ନାହିଁ କମାଣ ବ୍ୟୋମେ ଯୁଦ୍ଧ-ବ୍ୟୋମଯାନ

  ଅବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମାନ ll୨ll

ତୀକ୍ଷ୍ମ ତରବାରୁ ଛୁଟିନି ଲକ୍ଷ୍ୟ ଲକ୍ଷ୍ୟ ତୀର

 ତୋପ ଗର୍ଜନେ କମ୍ପାଇଲେନି ମେଦିନୀ କି ସମୀର

ରାଷ୍ଟ୍ର ବିପ୍ଳବ ସମରେ ଶତ ଶତ ବୀର

 ମାତୃଭୂମିକାଶେ ଲଢି ହରାଇଲେ ଶିର ll୩ll

ଅରିନ୍ଦମ ଯୋଗ୍ୟ ସନ୍ତାନଗଣ ସହି ପୀଡନର ପରବତ

 ମରଣ ଦୁନିଆରେ ଚରଣ ଅରପି କଲେ ଅହିଂସା ଯୁଦ୍ଧ

ପୂର-ପଲ୍ଲୀରୁ ଗର୍ଜିଲା ଅହିଂସା ସମର ସଙ୍ଗୀତ ଗାନ

 ଛିନ୍ନକରି ବନ୍ଧନହରା ସର୍ବସଂହାର ରଖିବା ମାନ ll୪ll

ଅମାପ ଚପୋଟ ମୁଦ୍ୟାଷ୍ଟି କାରାଗାରେ ଦିବାନିଶି

  ଜୀର୍ଣ୍ଣ-ଜୀବନ କଟେ ଅଶ୍ରୁପାନେ ଉଦର ପିପାସା ମେଣ୍ଟି

ଅନ୍ତରେ ନାହିଁ ଘଡିଏ ଉଲ୍ଲାସ ଖାଲି ଅପ୍ରମିତ ଦୁଃଖ

 ନିରନ୍ତର ନିରୁକ୍ତ ବେଦନା ପ୍ରତିକ୍ଷଣେ ଜାଗ୍ରତ ll୫ll

ସତ୍ୟ ଅହିଂସାର ମନ୍ତ୍ର ଫୁଙ୍କାରେ ପରାଜୟ ବରି

 ଭାରତ ଭୂଇଁରୁ ଛାଡି ପଳାଇଲେ ଗୋରା ବେପାରି

ଯୁଗ-ଯୁଗାନ୍ତର ଅବସାନ ଇତି ଉଡିଲା ବିଜୟ କେତନ

 ସାରା ବିଶ୍ୱରେ ଗୌରବ ମଣ୍ଡିତ ଭାରତ ସନ୍ତାନ ll୬ll


ସୂଚନା:

ଜନପଦ-ଦେଶ

ବହ୍ନି-ନିଆଁ

ସର୍ବସଂହାର-ସବୁ ଅଳି ସହୁଥିବା ମାଆ ମାଟି

ବୀର୍ଯ୍ରବତୀ-ସାହାସୀ

ଶୋଣିତ-ରକ୍ତ

ବନ୍ଧନହରା- ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ

ହିୟା-ହୃଦୟ

ଚପୋଟ ମୁଦ୍ୟାଷ୍ଟି- ବିଧା ଚାପୁଡା

ଅରିନ୍ଦମ-ଶତ୍ରୁଦମନକାରି

ବରି-ବରଣ କରିବା

କେତନ-ପତକା(ଏଠି ତ୍ରିରଙ୍ଗାକୁ ବୁଝିଏ)


Rate this content
Log in