STORYMIRROR

Umasankara Behera

Romance

3  

Umasankara Behera

Romance

ବର୍ଷା ଭିଜା ଜୋସ୍ନା ରାତି

ବର୍ଷା ଭିଜା ଜୋସ୍ନା ରାତି

1 min
198

ଶ୍ରାବଣର ଝିପିଝିପି

   ବର୍ଷାଭିଜା ଜୋସ୍ନା ରାତି  

   ବାଦଲ ଦୋଳିଳେ ଆସିବ ମୋମନ ମାନସୀ

ତା ଛାତିତଳେ ଚାପି ଉଷୁମ ତନ୍ଦ୍ରା ପରଶେ 

ପଣତକାନୀରେ ଦେବ ମୋ ମୁହଁ ପୋଛି ll

କାମନାର ତୃଷା

   ମେଣ୍ଟିବୁ ଦୁହେଁ

   ବର୍ଷାରେ ଭିଜି ଭିଜି

ସ୍ମିତ ହସ ଚାହାଣିରେ ପ୍ରେମ ଆଳାପେ କିଛି

ସ୍ପର୍ଶର ଅନୁଭବ ଶାନ୍ତି ଉନ୍ମାଦନାରେ ଯିବୁ ହଜି ll

ନୀଳ ଆକାଶର

   କଳା ବାଦଲ ଦେଖି

   ସତେ ଭାରିଲାଗେ ଉଛନ  

ମୋ ସରଗ ରାଇଜର ସୁନା ପରୀ ଆସିବ

ବର୍ଷା ସ୍ନାତା ଦେହର ବାସ୍ନାରେ ପ୍ରଫୁଲିତ ମନ ll

ଅଳସୀ ପ୍ରେୟସୀ

   ରୂପସୀ ନାୟିକା ଆସିବ

   ବର୍ଷାର ରିମିଝମି ସୂରେ ନୂପୁର ବଜାଇ

ଭିଜା ଦେହ ମନ ପରାଣ ସଞରି ଉଠିବ  

ଭିଜା ଲମ୍ବତ ମୁକୁଳା କେଶର ସ୍ପର୍ଶପାଇ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance