STORYMIRROR

Umasankara Behera

Comedy

3  

Umasankara Behera

Comedy

***ହାଟ ***

***ହାଟ ***

1 min
198


ଦୋକାନ ବଜାର 

   ହାଟବାଟ 

   ସବୁଠି କରୋନା ଭୟ

ସଉଦା ଟିକେ ନ ଆଣି ମଣିଷ କହୁଛି

ମୋ ଘରେ ପହଞ୍ଚେଇ ଦେଇ ଯାଆ ll

ହାଟ ବଜାର

  ପୁରା ଫାଙ୍କା ଫାଙ୍କା

  ବ୍ୟବସାୟ ଏଠି ଠପ୍

ବେପାରି ମୁଣ୍ଡେ ହାତ ରଖି କାନ୍ଦେ

ହେ ଭଗବାନ ମୋ ପରିବାରକୁ ଟିକେ ଦେଖ ll

ଚାଷୀ ମୁଣ୍ଡରେ

  ପଡୁଚି ଚଡକ

  ବନ୍ଦ ଦେଇଗଲା ହାଟ

କେମିତି ଯେ ମୋ କୃଷି ଋଣ ଶୁଝିବି

ମୋତେ ଦିଶୁନା ହିଁ ବୁଦ୍ଧି ବାଟ ll

ହାଟ ମଝିରେ

  ଶୁଭିବ କେବେ ଆଉ

  ବେପାରୀମାନଙ୍କ ଡାକ

ଆଳୁ ବାଇଗଣ ପିଆଜ ଟମାଟୋ 

ସବୁ ହେଇଗଲାଣି ମହରଗ ll

ହାଟର ମଜା

  ନେଉଥିଲେ ପିଲେ

  ନିଜ ପଢାପଢି ଛାଡି

ଗୁପୁଚୁପୁ ପେଟେ ଭିଡିଦେଇ କେତେ

ହାଟ ପଦାରେ ମାରନ୍ତି ରଡି 

ଏବେ ଭେଳା ଯାଉଛି ବୁଡି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy