STORYMIRROR

shmitaa mohanty

Comedy

3  

shmitaa mohanty

Comedy

ଓଷା/ବ୍ରତ

ଓଷା/ବ୍ରତ

1 min
379

ଆମିଷ ଖାଇବା ବାରଣ କରିହୁଏନା

ଓଷା ବ୍ରତକୁ ବି ଛାଡ଼ି ହୁଏନା ।


କାର୍ତ୍ତିକ ଆରମ୍ଭ ଆଗରୁ ପେଟେ ଆମିଷ

ତଥାପି ମାସଟା ଦିଏ ଭାରି କଷ୍ଟ ।


ରାତି ଅଧରେ ମନ ଭରି ଆମିଷ

ସକାଳୁ ଭକ୍ତିରେ କରୁ ହବିଷ ।


ଗୁରୁବାର ପାଇଁ ଛିଟ ଶାଢ଼ୀ ପିନ୍ଧି

ହଳଦୀ ଅଳତାରେ ହୋଇ ଜୁଡୁ ବୁଡୁ ।


ଫୁଲ ଚୋରାଇ ଆଣି ଭେଟି ଦେଉ

ମହାଲକ୍ଷ୍ମୀଙ୍କୁ ଗୁହାରୀ ଶୁଣାଉ ।


ପରଛିଦ୍ର ଆମେ କେବେ ଛାଡୁ ନାହିଁ

ପୂଜା ପାଠେ ଆମେ ଜଗତ ଜିଣଇ ।


ଆତ୍ମ ଶୋଧନ ନିହାତି ଆବଶ୍ୟକ

ଆପଣେଇ ନିଅ କର୍ତ୍ତବ୍ୟର ପଥ ।



Rate this content
Log in

Similar oriya poem from Comedy