STORYMIRROR

Rasmita Behera

Comedy

3  

Rasmita Behera

Comedy

ବାହାଘରକୁ ମୋ ଦୂରୁ ଜୁହାର

ବାହାଘରକୁ ମୋ ଦୂରୁ ଜୁହାର

1 min
196

ବିବାହ କଥା ମୋ  ଶୁଣିବା ପରଠୁ

   ମୁଣ୍ଡ ମୋର ବୁଲାଉଛି

କାମଦାମ ଜମା ଶିଖିନାହିଁ କିଛି

  ଗୋଡ ହାତ ମୋ ଥରୁଛି...

ବାଇଶି ବରଷ ପଶିଲା ପରେ ବି

  ଚାଲାକ ପାରୁନି ହୋଇ

ରୋଷେଇବେଳେ ହାତେ ଚେଙ୍କା ଲାଗିଲେ

   ହେଉଥିବି ହାଇଁ ପାଇଁ...

ସକାଳ ସାତଟା ହୋଇଲେ ମୋହର

   ଆଖିରୁ ନିଦ ତ ଭାଙ୍ଗେ

ଶାଶୁଘରେ ରାତି ଅଧରୁ ଉଠିବି

 (ପୁଣି)ଅନ୍ଧାରକୁ ଡର ଲାଗେ....

ସେଥିପାଇଁ ନିତି ଘରେ ମୁଁ କାନ୍ଦୁଛି

   ବାହା ହେବିନାହିଁ ବୋଲି

ହେଲେ ମାଆ ମୋର କିଛି ବୁଝୁନାହିଁ

    କଜିଆ କରୁଛି ଡେଲି.....

ବାହାଘରକୁ ମୋର ଦୂରୁ ଜୁହାର

    ଶାଶୁଘର ଯିବିନାହିଁ

ହେଲେ ମାଆକୁ ମୋ କିଏ ବୁଝାଇବ

    କାହିଁକି ମୁଁ ବୁଝୁନାହିଁ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy