STORYMIRROR

Rasmita Behera

Comedy Tragedy Inspirational

4  

Rasmita Behera

Comedy Tragedy Inspirational

ସ୍ୱାମୀ ମୋ ସିଙ୍ଗିଲଭାଗ-5

ସ୍ୱାମୀ ମୋ ସିଙ୍ଗିଲଭାଗ-5

1 min
174

ହସି ହସି ସ୍ୱାମୀ  ଘରକୁ ଫେରିଲେ

   ଫୋନ ମୋ ଉଠିଲା ବାଜି

କାନ୍ଦି କାନ୍ଦି ସାନ  ଭାଇ କହୁଅଛି

   ମା' ଦେହ ଖରାପ ଆଜି

  ଦେଈ" ଆ... ତୋ କାମ ତେଜି

ଘର ଯିବା ଲାଗି ଟଙ୍କା ମୁଁ ମାଗିଲି

  ସ୍ୱାମୀଙ୍କୁ ନେହୁରା ହୋଇ 

ମାଆ ଦେହ ମୋର ବହୁତ୍ ଖରାପ 

  ଫଳ ମୂଳ ଯିବି ନେଇ

କଥା ନସରୁଣୁ  ପାଟିରୁ ମୋହର

   କେତେ କଣ ବକିଗଲେ

"ଟଙ୍କା କ'ଣ ମୋର ଗଛରେ ଫଳୁଛି

   ଦେଇଦେବି ମାଗିଦେଲେ"

କାକୁତି ମିନତି ହୋଇ ମୁଁ କହିଲି 

   ଚାଲ ଯିବା ଆମ ଘର

ବାପ ଭାଇ ମୋର କାନ୍ଦୁଛନ୍ତି କେତେ 

  ତୁମେ ତ ଜ୍ୱାଇଁ ତାଙ୍କର

 ଏଇ କଥା ଶୁଣି ରାଗି ଯାଇ ସିଏ

  ଘରୁ ଯେ ବାହାରି ଗଲେ

ଟଙ୍କାଟିଏ ଦେବା ବହୁଦୂର କଥା

  ଯିବେନାହିଁ ମନାକଲେ

ଲଭଲି ହୋଇ ମୁଁ ଆଣିଥିବା ଟଙ୍କା

   ନେଇ ଗଲି ବାପଘର

ମାଆ କଥା ବୁଝି ଭାଇକୁ ବୁଝାଇ

   ଫେରିଲି ମୁଁହିଁ ଶାଶୂଘର

ସାନଭାଇ ସେଠି ପଚାରିଲା " ଦେଈ

  ଭାଇନା କୁଆଡେ ଗଲେ ?

ମିଛ କଥା କହି  ତାକୁ ଭୁଲାଇଲି

  ସିଏ ଯେ ଘରେ ନଥିଲେ

ସ୍ୱାମୀଙ୍କ ହୃଦୟ ସୁନ୍ଦରୀ ମିଛରେ

   କ୍ଷଣକେ ତରଳି ଯାଏ 

ଆପଣା ପତ୍ନୀର ଦୁଃଖ ଦେଖି ତାଙ୍କ

   ରାଗ ମୁଣ୍ଡେ ଚଢିଯାଏ 

   କେମିତିକା ସ୍ୱାମୀ ଇଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy