STORYMIRROR

Santosh Kumar Nayak

Comedy

3  

Santosh Kumar Nayak

Comedy

ଗୋଟେ ବୋଲି ମୋର ଶାଳୀ

ଗୋଟେ ବୋଲି ମୋର ଶାଳୀ

1 min
304

ଗୋଟେ ବୋଲି ମୋର ଶାଳୀ

ଟିକେ ଲାଜକୁଳୀ ଟିକିଏ ଫୁଲେଇ

ମିଠା ଲାଗେ ତାର ଗାଳି ।।


ଶୀତ ଦିନେ ଦିଏ ଉଷୁମ ପରଶ

ଉହ୍ମେଇରେ ନିଆଁ ଜାଳି,

ବରଷାରେ ଦିଏ ପିଆଜି ପକୁଡ଼ି

ସାଥେ ପୁଣି ଚାହା ନାଲି,

ଖରାଦିନେ ଗଲେ ଅଙ୍ଗେ ଅଙ୍ଗେ ମୋର

ଚନ୍ଦନ ଦିଅଇ ବୋଳି;

ଗୋଟେ ବୋଲି ମୋର ଶାଳୀ

ଟିକେ ଲାଜକୁଳୀ ଟିକିଏ ଫୁଲେଇ

ମିଠା ଲାଗେ ତାର ଗାଳି ।।


ଚେହେରା ଚମକ ଝଲସି ଉଠଇ

ସେ ପରା ଗୋଲାପି ଗାଲି,

କଅଁଳ କଣ୍ଠରୁ ମହୁ ଝରୁଥାଇ

ଅଣ୍ଟା ଭଙ୍ଗା ତାର ଚାଲି

ବଡ଼ ମୁସକିଲ୍ ରାଗି ଗଲେ ସେଇ 

ମାଷ୍ଟର କ୍ୟାଣ୍ଟିନ ରାଲି ;

ଗୋଟେ ବୋଲି ମୋର ଶାଳୀ

ଟିକେ ଲାଜକୁଳୀ ଟିକିଏ ଫୁଲେଇ

ମିଠା ଲାଗେ ତାର ଗାଳି ।।


କରେନି ଜମାରୁ ଗରବ ସେ କେବେ

ଏଡେକ ସୁନ୍ଦରୀ ବୋଲି,

ଯାହା ମୁଁ ମାଗଇ ଅତି ଶରଧାରେ

ଦେଇଦିଏ ମନ ଖୋଲି

ଏ ଖରା ଛୁଟିରେ ତାକୁ ନେଇ ଯିବି

ନନ୍ଦନକାନନ ବୁଲି,

ଗୋଟେ ବୋଲି ମୋର ଶାଳୀ

ଟିକେ ଲାଜକୁଳୀ ଟିକିଏ ଫୁଲେଇ

ମିଠା ଲାଗେ ତାର ଗାଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy