STORYMIRROR

Samar Ballav Bhoi

Children Stories Comedy Inspirational

3  

Samar Ballav Bhoi

Children Stories Comedy Inspirational

ଆସ ଭଲ କଥା ଶିଖିବା

ଆସ ଭଲ କଥା ଶିଖିବା

1 min
242


ଗୁରୁମା କହିଲେ ପିଲାଏ ପଡ଼ିବ ଆସ

କୁନୁ ମୁନୁ ଶିବୁ ଧାଇଁଲେ ଗୁରୁମା ପାଶେ 

କହିଲେ ସାହିତ୍ୟ ବହି ଧରି 

ଶ୍ରେଣୀ କୁ ଆସ

ମନରୁ କାଢ଼ିବ ଯେତେ ଖରାପ ଅଭ୍ୟାସ।।


ବୁଝିଲ ପିଲାଏ 

ଭଲ କଥା ଆମେ ଶିଖିବା ଆଜି

ଯୁଗେ ଯୁଗେ ଯାହା ହୋଇଛି ଲେଖା

ପୁରାଣ ଶାସ୍ତ୍ରରେ ଯାହାକି ଅଛି

ପଢି ଶୁଣି ସବୁ କରିବା ଏକା।।


ରାସ୍ତା ର ନିୟମ ମାନି ଚଳିବା

ବାପା ମାଆଙ୍କ କଥା ସବୁ ମାନିବା

କାଲାମଙ୍କ ପରି ମଣିଷଟିଏ ହେବା

ପରିବେଶ ପ୍ରତି ଧ୍ୟାନ ରଖିବା।।


ସମୟ ସହିତ ଜଗି ଚଳିବା

କର୍ତ୍ତବ୍ୟକୁ ଗୁରୁତ୍ୱ ଦେବା

ସତ କହିବାକୁ ସଦା ଭାବିବା 

ସାହାଯ୍ୟର ହାତ ବଢ଼ାଇବା

ଆଳସ୍ୟ ପଣକୁ ଦୂର କରିବା।।


ଅହଂଭାବକୁ ଦୂର କରିବା

ବିପଦେ ସଭିଙ୍କୁ ସାହାଯ୍ୟ ହେବା

ଗାଁ ପରିବେଶ ସ୍ବଛ ରଖିବା

ନିଃସ୍ୱାର୍ଥପର ଭାବେ କାମ କରିବା।।


ସମାଜ ସୁରକ୍ଷା ଦାୟିତ୍ବ ନେବା

ଦୁର୍ନୀତିର ଚେର ଉପାଡ଼ି ଦେବା

ନକଲି କାମକୁ ଏଡ଼ାଇ ଦେବା

ପରିବାର ସଙ୍ଗେ ଭଲେ ରହିବା।।


ବୁଝିଲ ପିଲାଏ

ଜୀବନର ମାନେ ବୁଝି ରଖିବା

ଭଲ କଥା ସବୁ ଆସ ଶିଖିବା

ଶାନ୍ତି ମନେ ସବୁ କାମ କରିବା

ଭଲ କଥା ସବୁ ଶିଖିବା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍