Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Comedy Inspirational Children

3  

Bharatabandhu Biswal

Comedy Inspirational Children

ପଚା ଲାଉ

ପଚା ଲାଉ

1 min
156



  ଲାଉ ହୋଇଥିଲା ନାତିଆ

ପଚା ଲାଉ କିଏ  କିଣିବ ବୋଲିକି

  କହୁଥିଲେ ଜେଜେ ପାକୁଆ ।


ନାଲି ଗାମୁଛାରେ ନାତି ଟୋକାଟିକୁ

    ବାନ୍ଧି ଥିଲେ ଭିଡ଼ି କରି

ନାତି ବସିଥିଲା  ଜେଜେର ପିଠିରେ

     ବେକକୁ ଜାବୁଡ଼ି ଧରି

    ଚାଲୁଥିଲେ ଜେଜେ ନଇଁ

ଜେଜେଙ୍କ ସୁଆଙ୍ଗ  ଲାଗୁଥିଲା ମଜା

    ନାତିଆ ଟୋକାକୁ ଭାରି ।

ନାତି କହୁଥିଲା ବାହା ବାହା ।

ଲାଉ ହୋଇଥିଲା-----


କହୁଥିଲେ ସବୁ ଛିଞ୍ଚାଡି ମୁହଁ କୁ

    ଅଜାନାତି ଚାଲାକିଆ

ପଚା ଲାଉ ଆମେ  କିଣିବୁ ତ ନାହିଁ

    ବଜାରେ ବିକିବ ଯାଆ

    ଠକାନା ଆମକୁ ଆଉ

ଅଣ୍ଟିରୁ ପଇସା  ଦେଇକି କିଣିବୁ

  ଏ ପୋକରା ପଚରା ଲାଉ ।

 ଯାଆ ବୁଢ଼ା ନାତି ଯାଆ ।

  ଲାଉ ହୋଇଥିଲା----


ପଚାରିଲେ ଜେଜେ  କଅଣ କରିବା

     କହ ପଚା ଲାଉ ଟୋକା

ବୋହିବ କିଏସେ  ପଚରା ଲାଉକୁ

      ଅଦରକାରୀ ସେ ଏକା

    ଦଉଚି ତୋତେ ପକେଇ

କାଉ ମାନେ ଆସି  ଖୁମ୍ପନ୍ତୁ ପେଟକୁ

     ନାଚି ବି ତାଳି ବଜେଇ ।

ତୁ କାନ୍ଦୁଥାଆ ଭେଁ ଭାଁ ।

ଲାଉ ହୋଇଥିଲା----


କହିଲା ନାତିଆ ଜାଣି ନାହଁ ଜେଜେ

    ବଜାରକୁ ଯିବା ଚାଲ

ନ କିଣିଲେ କେହି  ଲାଉ ବୁଜୁଳାକୁ

    ଯେଉଁଠୁ ଆଣିଛ ଥୁଅ

     ଲାଉ ଅଛି ପୂରା ସଜ

ଝୁଲୁଛି ଗଛରୁ    ଲାଗିଛି ତା ଡେମ୍ଫ

    କଅଁଳିଆ ମିଠା ମଞ୍ଜ ।

ଜେଜେ ଗାଲୁଆ ଠକ ମିଛୁଆ ।

ଲାଉ ହୋଇଥିଲା-----


ବଙ୍କୁଲି ବାଡିକୁ  ଢିରା ଦେଇ ଜେଜେ

    ଅଣ୍ଟା ଟାକୁ କଲେ ସିଧା

ଚାଆଲେରେ ଗାଡି ବାଦାମ ବାଡିକୁ

    ନାତିଆ ମୋ ସିଆଣିଆ

   ବୁଦ୍ଧିଟା ତାର ପ୍ରଖର

ଆଗକୁ ହୋଇବ  ଆହୁରି ଅଧିକା

    ପାଠ ବି ପଢିବ ଭଲ ।

ମୁଁ ନାଚିବି ଧେଇକି ଧାଆ ।

ଲାଉ ହୋଇଥିଲା----



Rate this content
Log in

Similar oriya poem from Comedy