STORYMIRROR

kamal kumar dash

Comedy Action Children

3  

kamal kumar dash

Comedy Action Children

ବାପା ମୁଁ ତୁମର ଗଧଟିଏ

ବାପା ମୁଁ ତୁମର ଗଧଟିଏ

1 min
245

ବାପା ମୁଁ ତୁମର ଗଧଟିଏ 

ବାପା ମୁଁ ତୁମର     ଗଧଟିଏ ପରା 

   ଗପ ଶୁଣୁ ଶୁଣୁ ଶୋଇଯlଏ 

ତୁମ ପଇତାକୁ    ଭିଡି ଧରି କୁହେ 

    ସିଲାଇ ହେବି ମୁଁ ତୁମ ଦେହେ (୧) 

କେବେ ପଚାରିନି     ଦୁଃଖ ବି କରିନି 

    କାହିଁକି କହୁଚ ଗଧ ମୋତେ 

ବୁଝିବାକୁ କେବେ    ଚେଷ୍ଟା ମୁଁ କରିନି 

   କେମିତି ହେଲି ମୁଁ ଗଧ ଗୋଟେ (୨)

ଗଣିତରେ କେବେ     ଭୁଲ ହୋଇଗଲେ 

    ଗଧ କହୁଥିଲ କାନ ମୋଡି 

ଏମିତି ପଢିଲେ        ଶ୍ରେଣୀରେ ଗଡିବୁ  

     ଆଗକୁ ତୁ ନପାରିବୁ ବଢି (୩)

ବାଲିରେ ଖେଳିଲେ   ପାଣିରେ ବୁଡ଼ିଲେ 

    ଆମ୍ବ ତୋଳିଲେ ମୁଁ ଗଛେ ଚଢି 

ଗଧ ଡାକୁ ଥିଲ    ସବୁ ବେଳେ ମୋତେ 

     କେବେ ହସି କେବେ ରାଗି କରି (୪)

ବହିରୁ ପଢ଼ିମୁଁ      ତୁମେ କହିଥିଲି 

   ଗଧ ଗୋଟେ ପୋଷା ପଶୁ ବୋଲି 

ମୋ ମୁଣ୍ଡ ଆଉଁସି      କହିଥିଲ ହସି 

    ସେ ସରଳ ବୋକା ତୋର ପରି (୫)

ଚାକିରୀ କଲିଣି      ବାହା ମୁଁ ହେଲିଣି 

     ମୋ ପାଠ ପଢ଼ାର ମୂଲ୍ୟ ନାହିଁ 

ଗଧ ମୁଁ ତ ଥିଲି      ଆଜିବି ରହିଛି

     କାଲି ବି ରହିବି ଗଧ ହୋଇ (୬)

ଅଫିସର କାମ      ଘରର ଫାର୍ମାସୀ 

     ପୁରା କରୁ କରୁ ଥକିଯାଏ 

କlଲି ଭାବୁଥିଲି      ଆଜି ବି ଭାବୁଛି 

    ମଣିଷ ହୋଇନି ଆଜି ଯାଏଁ (୭)

ତୁମରି କଥାର          ମାନେ ମୁଁ ବୁଝୁଛି

     ଏତେ ଦିନ ପରେ ଜୀବନରେ 

ସବୁ ପୁରୁଷର       ଦେହରେ ମନରେ 

     ଗଧଟିଏ ଥା ସବୁବେଳେ (୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy