STORYMIRROR

Pranati Panda

Comedy

3  

Pranati Panda

Comedy

ପାହିଗଲା ମଧୁରାତି

ପାହିଗଲା ମଧୁରାତି

1 min
233

କବି ବରଟିକୁ  କବୟତ୍ରୀ କନ୍ୟା

     ବିଭା ହୋଇଥିଲେ ରାଜି,

ଜାକ ଜକମରେ  ଆଡ଼ମ୍ବର ମଧ୍ୟେ

     ତେଲିଙ୍ଗି ବାଇଦ ବାଜି ।

ବିବାଘର ପରେ  ବହୁ ପ୍ରତୀକ୍ଷିତ

      ଆସିଗଲା ମଧୁରାତି ,

କବୟତ୍ରୀ ବୋହୂ  ସଜେଇ ବସିଛି

      ସତେକି ମଉନାବତୀ ।

ସୁନ୍ଦରୀ ପତ୍ନୀଙ୍କୁ   ପାସରେ ପାଇଣ

     ଦେଖାଇଲେ କବି ପ୍ରୀତି,

 ବଖାଣି ବସିଲେ  ପତ୍ନୀଙ୍କ ସୌନ୍ଦର୍ଯ୍ୟ

      ବୋଲିଲେ କବିତା ଗୀତି ।

ଶୁଣି କବୟତ୍ରୀ    ସମ୍ଭାଳି ନପାରି

       ରଟିଲେ କବିତା ପ୍ରତି ,

ଧୀରେ ଧୀରେ ରାତି  ବଢ଼ି ଚାଲୁଥିଲା

       ନିଘା ନାହିଁ ସେଥିପ୍ରତି ।

କବିତା ଓ ପ୍ରତି କବିତା  ମଧ୍ୟରେ

       ଅଭିନବ ଅନୁଭୂତି ,

 ଦୁହିଁଙ୍କର ଏହି   କବିତା ଆଳାପେ

       ପାହିଗଲା ମଧୁରାତି ।

ସକାଳ ହୋଇଲା   ସଭିଏଁ ଦେଖିଲେ

       ବିଚିତ୍ର ନବ ଦମ୍ପତି ,

କବି, କବୟତ୍ରୀ   ବଖାଣି  ବସିଲେ

       ଅଭୁଲା, ଅଲିଭା ସ୍ମୃତି ।


Rate this content
Log in

Similar oriya poem from Comedy