STORYMIRROR

Santosh Kumar Nayak

Abstract Comedy Others

3  

Santosh Kumar Nayak

Abstract Comedy Others

କାନଫୁଲ

କାନଫୁଲ

1 min
338


ଆଗକୁ ଆସୁଛି ଦଶହରା ପୂଜା

ଘରଣୀ ଯାଇଛି ରୁଷି।

ଦାମି କାନଫୁଲ ହଳଟେ ଆଣିଲେ

ପ୍ରିୟସୀ ହୋଇବ ଖୁସି। 

ସହରରେ ଯେତେ ଗହଣା ଦୋକାନ

ସବୁଠି ଆସିଲି ଖୋଜି,

ଗୋଟେ ବି ଗହଣା ଦାମିକା ନ ଥିଲା

ପ୍ରିୟା କି ହୋଇବ ରାଜି ?

ମନଦୁଃଖେ ମୁହିଁ ଆସୁଥିଲି ଫେରି

ପରିବା ବଜାର ଦେଇ,

ଯାହା ଖୋଜୁଥିଲି ବଣିଆ ଦୋକାନେ 

ସେଇଠି ଗଲି ମୁଁ ପାଇ।

ପିଆଜ କିଲୋ ତ ପଚାଶ ଟପିଛି 

ପ୍ରିୟାକୁ ମାନିବ ଭାରି,

ବଡ ବଡ ଦୁଇ ପିଆଜ ବାଛିକି

ସାଥିରେ ଆସିଲି ଧରି।

ଅତି ସରାଗରେ ଘରଣୀ କାନରେ

ପିନ୍ଧାଇଲି ଗେଲ କରି,

ଦୁଇ କାନେ ଦୁଇ ପିଆଜ ଝୁଲୁଛି

ସୁନା କି ହୋଇବ ସରି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract