STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ମୋବାଇଲ୍ ହେଲା ସଉତୁଣୀ

ମୋବାଇଲ୍ ହେଲା ସଉତୁଣୀ

1 min
178


ଯେଦିନୁ ପାଇଲ ମୋବାଇଲି 

 ମୋର କଥା ତୁମେ ଗଲ ଭୁଲି।।

ଦିନରାତି ତାକୁ ପକେଟେ ପୁରାଇ

ତୁମ କାମ ତୁମେ ଯାଅ ଚାଲି।। 


ଘର ଜଞ୍ଜାଳରେ ସଢୁଥାଏ ମୁଁ ଯେ

କିଛି କହେ ନାହିଁ ମୁହଁ ଖାଲି।। 

ଯେତେବେଳେ ଦେଖ ତା ସାଥିରେ ତୁମେ

ଫୁସୁରୁ ଫାସର ହୁଅ ଖାଲି ।।


କାନ ପାଖେ ରହି ଗେଲ ହୁଏ 

ଛାତି ପକେଟରେ ରହିଥାଏ।। 

କେତେବେଳେ ପୁଣି ଅଣ୍ଟାରେ ଝୁଲି ସେ

ତୁମ ସାଥେ ଯାତ ବୁଲି ଯାଏ।। 


ତା, ସାଥିରେ ତୁମେ କଥା ହୁଅ

ତା, କଥାକୁ ସବୁ ବୁଝୁଥାଅ।। 

ରାତି ଅଧଯାଏ ତା ସାଥିରେ ପୁଣି

ଗେଏମ ଯେ ତୁମେ ଖେଳୁଥାଅ । 


ଯେତେ ତୁମ କଥା ହେଲେ ଗୁଣି

କିଆଁ ପାଅ ନାହଁ ଭଲ ପୁଣି? 

କିମିଆ କରିଛି ଏ ଯାଦୁକାରିଣୀ

ମୋବାଇଲି ହେଲା ସଉତୁଣୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy