Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Inspirational

3.6  

KRUTIBAS NAYAK

Comedy Inspirational

ବ୍ୟଙ୍ଗ କବିତା

ବ୍ୟଙ୍ଗ କବିତା

1 min
495


#ସିଧାକଥା-21


ଅଳପ ଦରଜ ବଥର ପାଖକୁ ଚିପିଲେ ବଢିଆ ଲାଗେ,

କାଛୁ କୁଣ୍ଡିଆକୁ ନଖରେ ରାମ୍ପିଲେ ମନରେ ଆନନ୍ଦ ଜାଗେ । 


ଶୁଖୁଆ ଟିକିଏ ଲୁଣି ହେଇଥିଲେ ସୁଆଦ ଅଲଗା ତା'ର,

ଗାଲୁଆ ବାଡ଼ିରେ ବାରବାଟୀ ଚାଷ ପାଣିରେ ପକାଏ ସର ।


ରାମବାଣଠାରୁ ହନୁର ଖିଂକାର ରାବଣକୁ ବାଧେ ବେଶି,

ପଡ଼ି ଯିବାଠାରୁ ବଳିଯାଏ କଷ୍ଟ ସାଙ୍ଗଟିଏ ଦେଲେ ହସି ।


କଥାରେ ଟିକିଏ ନଥା ମିଶିଥିଲେ ଶୁଣିବାକୁ ଲାଗେ ମଜା,

ଅଭିନେତା ପରି ଭଲ ଅଭିନୟ କରି ପାରିବେନି ରଜା ।


ବୁଢ଼ାବର ଦିଏ ଅଧିକ ଆଦର କଷି କନିଆଁଟି ପାଏ,

ଶୀତଦିନେ ବାସି ପଖାଳ ବଢିଆ ଯଦି ସେ ଖରାରେ ଖାଏ ।


କାନ୍ଥକୁ ସୁନ୍ଦର ପାନପିକ ଛିଟା, ଚିତା-ଝୋଟିଠାରୁ ବଳି,

ଗାଆଁକୁ ସୁନ୍ଦର ଦୁଇଟା ମାଇପେ ଲାଗିଥିବେ ଯଦି କଳି ।



Rate this content
Log in

Similar oriya poem from Comedy