STORYMIRROR

Prabhati Mahapatra

Comedy Romance Inspirational

3  

Prabhati Mahapatra

Comedy Romance Inspirational

ପ୍ରେମ ନିବେଦନ

ପ୍ରେମ ନିବେଦନ

1 min
183

ଝିଲିମିଲି ତୋର ଯୌବନ ପସରା

କେଉଁ ରଙ୍ଗ ଦେବି ତୋତେ

ନାଲି ରଙ୍ଗ ଟିକେ ଆଣିଛି ସୁନ୍ଦରୀ

ମନ ଦେଇ ଦେ ଲୋ ମୋତେ ।


ବହୁତ ଦିନରୁ ସପନରେ ମୋର

ରହିଛୁ ବଧୂଲି ବେଶେ

ଗୋପନ କଥାକୁ କାହା ଆଗେ କହିବି

ବସିଛି ତୋହରି ଆଶେ ।


ମୋ ଘର ଅଗଣା ମହକି ଉଠିବ

ତୋ ପାଦ ପଡିଲେ ଥରେ

ନାଲି ସିନ୍ଦୂରକୁ ମଥାରେ ଦେଇ ଲୋ

ବାନ୍ଧି ନେବି ସ୍ନେହ ଡୋରେ ।


ରୁଣୁଝୁଣୁ ପାଦେ ନାଲି ଅଳତାକୁ

ଯେବେ ପିନ୍ଧିବୁ ଲୋ ତୁହି 

ବାସରାତି ଦ୍ଵାର ମୁକୁଳା କରି ମୁଁ

ବସି ଥିବି ବାଟ ଚାହିଁ ।


ବ୍ୟାକୁଳ ମନ ମୋ ଆତୁରିତ ହୋଇ

 ତୋ ହାତ ଧରିବ ଯେବେ

ନାଲି ଅଧରରୁ ଚୁମାଟିଏ ଦେବୁ

ଏତିକି ମୋ ମନ ଭାବେ ।



Rate this content
Log in

Similar oriya poem from Comedy