STORYMIRROR

Geetanjali Prusty

Comedy

3  

Geetanjali Prusty

Comedy

ଭୁଲିଲି ମୁଁ ସ୍ବପ୍ନ ମୋର

ଭୁଲିଲି ମୁଁ ସ୍ବପ୍ନ ମୋର

1 min
279


ସ୍ବପ୍ନ ଥିଲା ଜୀବନରେ ହେବି ମୁଁ ଶିକ୍ଷକ

ଛାତ୍ର ଛାତ୍ରୀ ଗଢ଼ି ଦେଵି କରି ପୂରା ଦକ୍ଷ

କିଛି ଦିନ ଇଛା ମୋର ହେଇଥିଲା ପୂର୍ଣ୍ଣ

ମାତ୍ର ବିହି କରିଦେଲା ଇଚ୍ଛା ମୋର ଚୂର୍ଣ୍ଣ

ଆସିଗଲା ସର୍ବଶିକ୍ଷା ଅଭିଯାନ କାଳ

ଲେସନ ଡାଏରୀ ଲେଖି ଗଲା ମୋରବେଳ

କାନ୍ଥ ବାଡ଼େ ଲେଖା ଟାଙ୍ଗି ହେଲି ମୁଁ ଦୁର୍ବଳ

ସମୟ ଚକ୍ରରେ ପଡ଼ି ହେଇଗଲି ଠକ

ଭୁଲିଲି ମୁଁ ସ୍ବପ୍ନ ମୋର ହେବାକୁ ଶିକ୍ଷକ l


ମଧ୍ୟାହ୍ନ ଭୋଜନ ସଙ୍ଗେ ପୋଷାକ ବଣ୍ଟନ

SMC,MTA ଙ୍କ ରଖିବାକୁ ମନ

 ଦୁର୍ନୀତି କୁ ଆପଣେଇ ଭୁଲିଲି ଆଦର୍ଶ

ନୀଳକଣ୍ଠ ହେଇ ପାନ କଲି ଯେତେ ବିଷ

ଅବାଟରେ ଯାଇ ମୋର ବଢିଗଲା ଦୁଃଖ

ଭୁଲିଲି ମୁଁ ସ୍ବପ୍ନ ମୋର ହେବାକୁ ଶିକ୍ଷକ ll


ସର୍ବଶିକ୍ଷା ଅଭିଯାନ ଟଙ୍କା ଦିଏ ଭରା

ପ୍ରତି ଦିନ ଲାଗୁ କରେ ନୂଆ ନୂଆ ଧାରା

ଗବେଷଣା କରୁ କରୁ ସରିଯାଏ ବେଳ

ପିଲାଙ୍କ ଜୀବନ ସହ ଚାଲେ ଏଠି ଖେଳ

ଯୋଜନା ପରେ ଯୋଜନା ଦଉ ଦଉ ଡାଟା

ଛାତ୍ରମାନେ ଫେରିଯାନ୍ତି କରି ମୋତେ ଟା...ଟା..

ଏମିତି ଜୀବନ ଜୀଇଁ ଲାଗେ ଭାରି ଦୁଃଖ

ଭୁଲିଲି ମୁଁ ସ୍ବପ୍ନ ମୋର ହେବାକୁ ଶିକ୍ଷକ l


ଲାଗୁହେଲା RTE ପୁଣି NCF ଧାରା

କାମ ଚାପେ ପାଶୋରିଲି ବରଷା କି ଖରା

ଶିକ୍ଷକ ମାଗିଲେ କେହି ଦିଅନ୍ତିନି ଧରା l

ଗଢ଼ାହେଲା କୋଠାଘର ହେଲା ଶୌଚାଳୟ

SMC ମୋ ଟଙ୍କା ପାଇଁ କରନ୍ତି ପ୍ରଳୟ

ପ୍ରଶାସନ ଚାପେ ପଡ଼ି କଲି ମୁଁ ନାଟକ,

ଲକ୍ଷ୍ୟ ଭୁଲି ପଢ଼ା ଛାଡ଼ି ହେଲି ବଡ଼ ଠକ

ଭୁଲିଲି ମୁଁ ସ୍ବପ୍ନ ମୋର ହେବାକୁ ଶିକ୍ଷକ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy