ଯୁଗଟା ଏମିତି ହେଇଛି
ଯୁଗଟା ଏମିତି ହେଇଛି
ଯୁଗଟା ଏମିତି ହେଇଛି,
ଧନୀଠୁଁ ଗରୀବ ସଭିଏଁ ଚାହାନ୍ତି
ରିଲିଫ କୋଉଠି ମିଳୁଛି,
ଚାଉଳ ଦି'କିଲେ ମିଳୁଥାଉ ବରଂ
ସେଥିପାଇଁ ତେଲ ପୋଡ଼ୁଛି,
ଯୁଗଟା ଏମିତି ହେଇଛି ।
ମାସକୁ ଦରମା ପାଉ ପଛେ ପୁଅ
ବାପାର ଭତ୍ତାକୁ ଆଣୁଛି,
କୋଠାପରେକୋଠା ବାଡେଇକି କିଏ
ଇନ୍ଦିରା ଆବାସ ଛାଡୁଛି ?
ଯୁଗଟା ଏମିତି ହେଇଛି ।
କାଳିଆ ଯୋଜନା ହେଲାନାହିଁ ବୋଲି
ମନ ଭାରି ଘାଣ୍ଟି ହେଉଛି,
ସତେ କି ଆମର ହାଡ଼ଭଙ୍ଗା ଧନ
ଆଉ କିଏ ଖାଇଯାଉଛି,
ମାଗଣା ସାମଗ୍ରୀ ହାତଛଡ଼ା ହେଲେ
କାହିଁକି ଏମିତି ବାଧୁଛି ?
ଭାଇ,ଯୁଗଟା ଏମିତି ହେଇଛି ।
ପାଖ ଲୋକ ଯଦି ଅଲଗା ଅଲଗା
ରାସନ କାର୍ଡ କରିଛି,
ମାଗଣା ରିଲିଫ ଯଦିବା ପାଉଛି
ମୋ ଦେହ କାହିଁ ଜଳୁଛି,
ଏହାଦେଖି ସ୍ତ୍ରୀ ଗାଳି କରି ନିତି
ମୋତେ ଯା ହୀନସ୍ତା କରୁଛି ।
ଏ ଯୁଗଟା ଏମିତି ହେଇଛି, ।
ଟିପ ଦେବାପାଇଁ ଡିଲର ପାଖକୁ
ଠେଲିକି ମୋତେ ପଠଉଛି,
ଘର ଚାଉଳକୁ ବିକି ଦେଇ ଏହି
ରିଲିଫି ଚାଉଳ ରାନ୍ଧୁଛି,
କି ମହିଳା ଗୋଷ୍ଠୀ କରିଛି କେଜାଣି
ଡେଲି ସଞ୍ଜବେଳେ ଯାଉଛି,
ଏ ଯୁଗଟା ଏମିତି ହେଇଛି ।
ମହିଳା ମଣ୍ଡଳ ସୁଧ ଟଙ୍କା ପାଇଁ
ପ୍ରାୟ ଗଣ୍ଡଗୋଳ କରୁଛି ।
ଯୁଗଟା ଏମିତି ହେଇଛି ।
ଭୋଅଟ ବେଳରେ ମାଗଣା ନୋଅଟ
ଯଦି କିଏ ବେଶୀ ପାଇଛି,,
ମୁଁ ଯଦି ନୋଟ୍ ଅଳପ ପାଇଛି
ମୁଣ୍ଡ ମୋ ବିଗିଡିଯାଉଛି,
ସଭିଙ୍କଠୁଁବୋକା ଅଜ୍ଞ ବୋଲି ନିଜେ
କାହିଁକି ଫିଲିଙ୍ଗି ହେଉଛି,
ଏ ଯୁଗଟା ଏମିତି ହେଇଛି ।
ଦାମୀ ଗାଡ଼ି ଚଢି ସୁନା ଦେହେ ଭରି
ରିଲିଫ କିଏ ବା ଛାଡୁଛି,
ମାଗଣା ମିଳିଲେ ବାପା ପୁଅଙ୍କର
ଭିନ୍ନେ ନାଁ ଲେଖା ହେଉଛି,
ପ୍ରତି ମୁହୂର୍ତ୍ତରେ ମଣିଷ କାହିଁକି
ସ୍ଵାର୍ଥ ପାଇଁ ଲକ୍ଷ୍ୟ ରଖୁଛି ?
ଏ ଯୁଗଟା ଏମିତି ହେଇଛି ।
ଛୋଟବଡ କରି ଏହି ଦୁନିଆଁରେ
ପ୍ରାୟ ହେଲେଣି ଭିକାରୀ,
ଦାମୀ ଭିକାରୀଏ ଲାଞ୍ଚ ଭିକ୍ଷା ମାଗି
ଦେଶକୁ ଦେଲେଣି ସାରି,
ପ୍ରକୃତ ଭିକାରୀ ପାତ୍ର ଖାଲି ଦେଖ
ଅପାତ୍ରେ ଭିକ୍ଷା ପୁରୁଛି,
ଯୁଗଟା ଏମିତି ହେଇଛି ।
କ୍ରମଶଃ...