Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Comedy

3  

JITENDRA CHANDRA SAHOO

Comedy

"ରାଗ୍ ସଂସାର"

"ରାଗ୍ ସଂସାର"

1 min
1.1K



ଦୁଇ କୋଡ଼ି ଆଠ ହେଲାଣି ବୟସ

ହାତ କୁ ଦିହାତ ବର୍ଷ ଅଠର

ବେସୁରା ରାଗର ମରଦ ପଣକୁ

ଘରଣୀ ମୋ କରେ ଟାହି ଟାପର ।


ଗୁରୁ ମହାଗୁରୁ କରିଲି ଅନେକ

ଛନ୍ଦ,ତାଳ,ଲୟ ଶିଖିଲି ସ୍ଵର

ଅସଲ ବେଳକୁ ବେସୁରା ହେଉଛି

ମତେ ଶୁଣାଏ ସେ ବରାଡି ସ୍ଵର ।


ବଡ଼ ବିଷମ ଏ ସଂସାର ରାଗଟା

ରାଗ ବ‌ଇରାଗ ବଡ଼ ସୁନ୍ଦର

ମନ ବୋଧ ଚ‌ଉତିଶା ଶୁଣି ଶୁଣି

ଚ‌ଉଦ ପୁରୁଷ ମୋର ଉଦ୍ଧାର ।


ଅଭାବର ଛାନ୍ଦ ଶୁଣି ଶୁଣି ମୁଣ୍ଡ

ଉଦଣ୍ଡ ଦଣ୍ଡରେ କମ୍ପ‌ଇ ଘର

ଭାବର ସହରେ ବୈଦେହୀ ବିଳାସ

ମନ ଅଗଣାରେ କେନ୍ଦେରା ସ୍ଵର ।


ମେଘ ମହ୍ଲାରରେ ନୟନ ଯୁଗଳ

ଝରି ଶୁଖିଯାଏ ନେତ୍ରର ନୀର

ରାମ ତାଳି ହଳେ କରିଛି ଯୋଗାଡ଼

ଖୋଜୁଅଛି ଭଲ ମଠ ମନ୍ଦିର ।



Rate this content
Log in

Similar oriya poem from Comedy