STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

ନାରୀ

ନାରୀ

1 min
212


ନାହିଁ ଅରୀ ବୋଲି ନାମ ତୋର ନାରୀ

ସ୍ୱର୍ଗାଦପି ଗରିୟସୀ

ଶକ୍ତିସ୍ୱରୁପିଣୀ ନାରୀ

ସରଳ ବିଶ୍ୱାସୀ ।


  ରୋଗୀ ପାଖେ ସେବିକା ସେ

   ନିଜ କର୍ମେ ଯୋଗୀ

ସଦା ହସ ହସ ମୂଖେ

    ଗୃହେ ସମ ଭାଗି ।


ତ୍ୟାଗ ରେ ତ୍ୟାଗ ପ୍ରଭା 

     ତା ଘର ପ୍ରତିଭା

 ସୁନ୍ଦର ସୁଗୁଣା ପୁଣି 

      ଦିପ୍ତମନ୍ତ ଆଭା


ଗୃହରେ ଗୃହ ଲକ୍ଷ୍ମୀ 

       ଗୃହ ସଜ୍ଜା ହାତେ

ପତିତା ପରମେଶ୍ବର

        ସଦାଖୋଜେ ସାଥେ।


ଅନ୍ୟାୟ ରେ ଦୂର୍ଗା କାଳି

      ଭିନ୍ନ ରୂପ ତାର

ନାରୀ ପାଇଁ ନାରୀ ଶତ୍ରୁ

      ଶୁଣେ ବାରମ୍ବାର ।


ତଥାପି ସେ ବନ୍ଦନୀୟା

     ଯୁଗେ ଯୁଗ ପାଇଁ

ମହିୟସୀ ମାଆ ନାରୀ

     ପୂଣ୍ୟତ୍ତୋୟା ସେହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍