STORYMIRROR

Prafulla Das

Comedy

3  

Prafulla Das

Comedy

ଚେଇଁଵାର ଵେଳ

ଚେଇଁଵାର ଵେଳ

1 min
201

 ଜାଗରେ ଜାଗ ଜନପଦ ଠାରୁ

 ନଗର ଯାଏଁ ସଭିଏଁ ଜାଗ

 ଏଵେ ହାତକୁ ଆସିଛି କାମ

   ଆସିଛି ନିର୍ବାଚନ

 ପାଞ୍ଚ ବରଷ ପଡିଲ ଶୋଇ

 ମାଗଣା ଖାଇ ମାରୁଛ ହାଇ

 ତାଙ୍କ ପାଇଁ ଟିକେ ଵୁହାଅ ଝାଳ

 ହାତରେ ଆଉ ନାହିଁ ତ ଵଳ

 ଯେଵେ ଠୁଁ ଧରିଛ ଭିକ୍ଷା ଥାଳ

 ପାଟି ଟା ତୁମ ରହିଛି ମେଲା

 ତୂରୀ ମହୁରୀ ଶଂଖ ଭେରି

 ଵାଜାଅ ଖୋଳ ମାଦଲ ଠୋଲ

 ଆସିଛି ଏଵେ ନିର୍ବାଚନ ବେଳ


 ଫାଟି ଯାଇଛି କର୍ଣ୍ଣ ପଟଳ

 ହାତ ଗୋଡ଼ ଥାଇ ଆମେ ମାଦଳ

 ପାରଙ୍ଗ ପୃଷ୍ଟ ପରଜୀବି ପଙ୍ଗପାଳ

 ଗଣତନ୍ତ୍ର ର ଗଣିକା ଦଳ

 ତା ସାଥେ ମିଶି ଶାସକ କଳ

 ଦଳ ଵଦଳ ଖାଇଵେ ମାଛ

 ଛଡାଉ ଥାଅ ପୋଖରୀ ଦଳ

 ଆସିଛି ଏବେ ନିର୍ବାଚନ ଵେଳ

  

 ପୁଣି ମିଳିବ ଛତା କମ୍ବଳ

 ଜାଗରେ ଜାଗ ଶୋଇ କି ଲାଭ

 ପାଞ୍ଚ ବରଷକୁ ଅନେଇ ଥିବ

  ଭାସି ଯାଉ ଏ ଦେଶ ଦୁନିଆ

  ଗଣତନ୍ତ୍ର କଥା ଵୁଝୁଛି କିଏ

  ଛତର ଖିଆ ନାହିଁ ତ ଲାଜ

  ଡ଼ରିଵୁ କିଆଁ

   ଖୁସି ର ଵେଳ

   ମାରୁଛୁ ଡିଆଁ

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy