Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Comedy Inspirational Others

3  

Bharatabandhu Biswal

Comedy Inspirational Others

ଗାଡିଏ ନରକ

ଗାଡିଏ ନରକ

1 min
467



କାନ୍ଥବାଡ଼ରେ ଭଳିକି ଭଳି ପୋଷ୍ଟର

କେଟଲି ମାଠିଆ ମାଛ ଶିଢୀ

ଜିତେଇ ଦିଅ ଆମର ପ୍ରାର୍ଥୀ

ପ୍ରଗତି ଲାଗି ଲଗାଅ ଚିହ୍ନେ ମୋହର

ତୁହାକୁ ତୁହା ଗୀତଗାଉଣା

ମାଇକ କରେ ପ୍ରଚାର ।


ହାଟବଜାର ରାସ୍ତାଘାଟ

ସବୁଠି ହାଳୁହାଳୁ ଲୋକ,

ଘରକୁଘର ଦେଖାସାକ୍ଷାତ

ଭୋଟ ଭିକ୍ଷା ସହିତ ସଭା ବୈଠକ ରାଲି

ଚାନ୍ଦାଭେଦା,ଭୋଜିଭାତର ଆସର

ଆହୁରି ବହୁତ କିଛି  ଚାଲେ ଅନ୍ଧାରରେ

ସେସବୁ ନ କହିବା ଭଲ ।


ଗଣତି ଦିନ ଉତ୍ସାହ

ମାନେ ନାହିଁ ବନ୍ଧବାଡ଼,

କେନ୍ଦ୍ର ଚାରିପଟେ ପ୍ରବଳ ଗହଳି

ଆଗଉଥିବା ଦଳ ସମର୍ଥକଙ୍କ ହୋ ହା

ଘନଘନ ଶୁଭେ କରତାଳି

କାଆଁ ଭାଆଁ ହୋଇଯାଏ ପାଟିତୁଣ୍ଡ

ଠେଲାପେଲା କେଉଁଠି କେମିତି ।


ଫଳାଫଳ ଘୋଷଣା ସରିଲେ

ପ୍ରାର୍ଥୀ ମାତ୍ର ଜିଣେ ଜଣେ

ଗଦଗଦ ଆନନ୍ଦ ଯେ କହିଲେ ନ ସରେ,

ଆଗେ ଆଗେ ଶୋଭାଯାତ୍ରା

ନାଚୁଥିବେ ଧେଇଥେଇ ଉଦ୍ଦଣ୍ଡିଆ

ଚେଲା ଓ ଚିମୁଟା

ପ୍ରଚଣ୍ଡ ଆତସବାଜୀ

ଚିକମିକ ଆଲୁଅ ରୋଷଣୀ

ଢୋଲ ଚାଙ୍ଗୁ ଦୁଲଦୁଲି ନିଶାନ ଟମକ

ଡିଜେର ଉଚ୍ଚାଟ

କାନମୁଣ୍ଡା କରିଦିଏ ଗରମ ଅବଶ୍ୟ ।


ବିଜୟୀଙ୍କୁ ଅଜସ୍ର ଶୁଭେଚ୍ଛା,

ପାଠହେଉ ସତସତ ଭୋଟର ବାପୁଡାଙ୍କର

ଖୋଲାବହି ପୃଷ୍ଠା,

ବିଚରା ଗରିବଟିଏ ରହୁ ମୁଣ୍ଡ ଗୁଞ୍ଜି

ହରୁ ତାର ଦୁଖକଷ୍ଟ,

ନ ସଢୁ ଦାରିଦ୍ରେ କିଏ

ନ ଭାଙ୍ଗୁ ତା ଶଗଡ଼ର ଅଖଚକ

ନ ହେଉ ବିଳାସ ବୋଝ ଗାଡିଏ ନରକ

ଏ ସ°ସାର ସ୍ୱଚ୍ଛନ୍ଦରେ ସର୍ବଜନ ହିତେ

ହେଉ ଚଳମାନ

ଶୁଭ ହେଉ ସୁସଙ୍କଳ୍ପ କଲ୍ୟାଣ ବିଧାନ ।

     



Rate this content
Log in

Similar oriya poem from Comedy