STORYMIRROR

Nihar Ranjan Acharya

Comedy

3  

Nihar Ranjan Acharya

Comedy

ବିରାଡ଼ି ବୈଷ୍ଣବ

ବିରାଡ଼ି ବୈଷ୍ଣବ

1 min
701

ଭାବରେ ଭାବରେ 

ତୁମରି ଭାବରେ 

ହରି ନାମେ ହଜି ଗଲି, 

ରୂପ ଭେକ ଦେଖି 

ଘରଣୀ ମୋହର 

ବାପ ଘର ଗଲା ଚାଲି ।

 

ବାପାଙ୍କୁ ତାହାର 

କହିଲା ଯାଇକି 

କ'ଣ ଦେଖି ବାହା ଦେଲ, 

ପୂଜା ଘରେ ପଶି 

କଳା ଠାକୁରକୁ 

ନିତି କରୁଅଛି ଗେଲ ।

 

ଘରଣୀ କଥାକୁ 

ସତ ମଣି ମୁହିଁ 

ତୁମକୁ ପର କଲିଣି, 

ତଥାପି ଘରଣୀ 

ସତ ବୁଝୁନାହିଁ 

କହୁଛି ମୁଁ କାଳେ ଏବେ 

ବିରାଡ଼ି ବୈଷ୍ଣବ ସାଜିଲିଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy