ନୂଆ ନ୍ୟାୟରେ କବୟିତ୍ରୀ
ନୂଆ ନ୍ୟାୟରେ କବୟିତ୍ରୀ
ହେଲାଣି ସକାଳ ଶୁଭେ କୋଳାହଳ
ଉଠ ଉଠ ଧନ ଛାଡ଼ ଅଳସ
ମୋବାଇଲ୍ ଘଣ୍ଟି ବାଜେ ଘନ ଘନ
ପୁଣି ଆସୁଅଛି ନୂଆ ସନ୍ଦେଶ ।
ପାହାନ୍ତିଆ ଶୀତ ମନରେ ଅଳସ
ନଛାଡେ ଶରୀର ଶୀତର ବାସ
କୁହତ ତୁରୀତ କାହାର ସନ୍ଦେଶ
ଜାଣିଲେ ତୁଟିବ ମନର ଶୋଷ ।
ଷୋହଳ ବରଷ ହୋଇଗଲା ଶେଷ
ନଜାଣିଲି ତୁମ କଲମ ଚାଷ
କେଉଁ ଲେଖା ପାଇଁ ହୋଇଲ ହେ କବି
କବୟିତ୍ରୀ ହେବି କରିବି କିସ ।
ତୁମେ ପତିନି ହୋଇଲେ ମୁଁ ପତି ଦେବ
ତୁମେ ଦାସୀ ହେଲେ ମୁଁ ତୁମ ଦାସ
ଏହି ନ୍ୟାୟବଳେ କବୟିତ୍ରୀ ହେବ
ଆସୁକି ନଆସୁ ପାଖେ ସନ୍ଦେଶ ।
ଭାବି ଏକଥାରେ ମୋ ଆସିଲା ହସ
ସକାଳ ଚା ଟା ହୋଇଲା ବିଷ
ଗାରୁ ଗାରୁ ହାଣ୍ଡି ଡେକିଚି ମାଡ଼
କହି ହସି ଦେବା ମୋହର ଦୋଷ ।