Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini Kanta Patra

Comedy

4  

Nalini Kanta Patra

Comedy

ନିଧି ଅଜା

ନିଧି ଅଜା

1 min
539


ମେଘୁଆ ପାଗଟା ଲାଗୁନି ଭଲ 

ବାହାରେ ଲଗେ ଥଣ୍ଡା ପ୍ରବଳ 

ବରଷା ଟିକିଏ ଯାଇଛି ଛାଡି 

ହାତରେ ଧରିକି ବାଙ୍କୁଲି ବାଡ଼ି

ନିଧିଅଜା ଯା'ନ୍ତି ବୁଲି ବଜାର 

ହାତରେ ଧରିକି କାନି ଧୋତିର l


ଦେଖିକି ପଚାରି ଦେଲିତ ତାଙ୍କୁ 

ଅଜା ବାହାରିଲ କଉ ଆଡକୁ

ହାତରେ ତୁମର ନାହିଁ ତ ଛତା 

ପାଦରେ ପିନ୍ଧିଛ ଖସରା ଜୋତା 

କାଦୁଅରେ ଯଦି ପାଦ ଖସିଯିବ 

ପଡି ଚନ୍ଦାମୁଣ୍ଡ ନିଶ୍ଚେ ଫାଟିଯିବ l


ରାଗିଯାଇ ଅଜା ତମ ତମ ହୋଇ 

ପାକୁଆ ପାଟିକୁ ଥର ଥର କରି 

କହିଲେ ହଇରେ ଅଳପେଇସିଆ 

ଯୁଆଡେ ଗଲେମୁଁ ତର ଯାଉଛି କିଆଁ 

ବରଷା କାଦକୁ ମୁଁ ଡରେନି ଜମା 

ଘରେ ବସିଥାନ୍ତି ତୁମ ପରି ନିକମା l


ତୁ ବାରିପଡା କିଛି କାମକୁ ନୁହଁ 

ଘରେ ବସି ଦେଖୁ ଘରଣୀ ମୁହଁ 

କାମ ଥିଲେ କହୁ ପାଗ ଖରାପ 

ସେଥିପାଇଁ ଦିଏ ଗାଳି ମାଇପ 

ଅଶି ବୟସରେ ମୋ କାମକୁ ଦେଖ 

ନିକମା ବାତରl କିଛି ମୋଠୁ ଶିଖ l


ଭାବିଲି ବୁଢାତ ରାଗିଗଲାଣି 

ଆଉକିଛି କହି ଶୁଣିବି ପୁଣି 

ତେଣୁ ଚିନ୍ତା କରି କହିଲି ମୁହିଁ 

ଅଜା ତୁମପରି ନାହିଁତ କେହି 

ଅଶି ବରଷରେ ଏତେ ମନବଳ 

କଣ ନଥିବ ତୁମ ଭେଣ୍ଡିଆ ବେଳ l


ପାନଖିଆ ପାଟିରୁ ଲାଳ ବୁହାଇ 

ହସିଦେଲେ ଅଜା ମୋ ମୁହଁକୁ ଚାହିଁ

କହିଲେ ବୁଝିଲୁତ ଏବେ ବାଳୁଙ୍ଗା 

ଡରେନି ଥିଲେ ମୋ ବାଙ୍କୁଳି ଠେଙ୍ଗା 

ବାହାନା କରେନି ପାଗକୁ ଦେଖି 

କାମ କରିଚାଲେ ହୋଇବୁ ସୁଖୀ l


Rate this content
Log in

More oriya poem from Nalini Kanta Patra

Similar oriya poem from Comedy