Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ରାମୁର ଧନତେରସ

ରାମୁର ଧନତେରସ

1 min
608



ଶୁଣ ଶୁଣ ସଭା ଜନେ ଅପୂର୍ଵ କାହାଣୀ

ରାମୁର ଭାରିଜା ତାର ନାମ ରାମାୟଣୀ ।


କାର୍ତ୍ତିକେ ଧନତେରସ ପରବ ଆସିଲା

ରାମାୟଣୀ ପାଦ ଆଉ ତଳେ ନଲାଗିଲା l


ରାମୁ ପକେଟରୁ ମାରି ସଞ୍ଚି ଅଛି ଟଙ୍କା

ସେଥିରେ କିଣିବ ଏକ ହୀରକ ମୁଦ୍ରିକା l


ଗଣ୍ଠିଆ ରାମୁଟା କିଛି ଶୁଣେନାହିଁ କାନେ

ଆଜି ଶୁଣ୍ଠୀଆ ରାମୁକୁ ଦେବି ମୁହିଁ ପାନେ l


ତରବରେ ସବୁ ଟଙ୍କା ପକାଇଲା ଗଣି

ଲକ୍ଷେଟଙ୍କା ଦେଇଛନ୍ତି ଲକ୍ଷ୍ମୀ ଠାକୁରାଣୀ l


ଫୋନ କରି ମଗାଇଲା ଓଲା ଚାରିଚକା

କୋଉଶଳେ ବାହାରିଲା ବଜାରକୁ ଏକା l


ଲାଲ ଚାନ୍ଦ ଦୋକାନରେ ବୁଲି ଘିରି ଘିରି

ଦେଖାନ୍ତି ଜିନିଷ ଜି ଆଜ୍ଞା ମାଡାମ କରି l


ବହୁ ବଛା ବଛି କରି ପକାଇଲେ କିଣି

ସୁବର୍ଣ୍ଣ ମୁଦ୍ରିକା ପରେ ହୀରାର ବସଣି l


ବିଲ୍ ଗୋଟି ଆସିଗଲା ଲକ୍ଷେଟଙ୍କା ରଫା

ଦେଖିଲେ ଭାନିଟିବ୍ୟାଗ ହୋଇଅଛି ସଫା l


ବଜାରୁ ଫେରିଲେ କାନ ମୁଣ୍ଡକୁ ଆଉଁସି

ଗଳଦଘର୍ମ ପତ୍ନୀ ଦେଖି ରାମୁ ଦେଲାହସି ।


Rate this content
Log in

Similar oriya poem from Comedy