STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଆସିଛିରେ ଛାଡଖାଇ

ଆସିଛିରେ ଛାଡଖାଇ

1 min
529


ଆସୁଛିରେ ଛାଡଖାଇ

ଛେଳି କୁକୁଡ଼ାଙ୍କ ଭାଳେଣି ପଡିଛି

 ବଞ୍ଚିବାର ବାଟ ନାହିଁ

ଆସୁଛିରେ ଛାଡଖାଇ।


କୁକୁଡା କହୁଛି ଆରେ ଖାସିଭାଇ

   ତୋତେ କିବା ଜଣାନାହିଁ,

ଖାସି ମାଂସ କିଲ ହଜାରେ ଛୁଇଁଲା

    ଏଇ ଛାଡଖାଇ ପାଇଁ।


ଖାସି ମାଂସ ସଙ୍ଗେ ବୁଢ ମାଇଛେଳି

   ର‌ଅମାନ ପଡିବେନି,

କଲର ବାଆଡ ଦେଶୀ ବୟଲର 

   କାହାକୁ ବି ଛାଡିବେନି।


ଖାସି କହୁଅଛି କୁକୁଡ଼ା ଭାଇରେ

   ଆଉ ତ ଉପାୟ ନାହିଁ,

ମହାଦେବ ଦୂତ ସେଠି ଶୋଇଛି ତ

   ଦୁଃଖ ଜଣାଇବା ଯାଇ।


ଷଣ୍ଢପାଖେ ଯାଇ ଖାସି ଓ କୁକୁଡ଼ା

   ମନଦୁଃଖେ ପହଞ୍ଚିଲେ,

ରାସ୍ତା କଡଠାରେ କଳା ଷଣ୍ଢ ଶୋଇ

   ପାକୁଳି ସେ କରୁଥିଲେ।


ଛେଳି କୁକୁଡ଼ାଙ୍କ ଆସିବାର ଦେଖି

  କହିଦେଲେ ତାଙ୍କୁ ଷଣ୍ଢ,

ତୁମର ତ ଆଜି ଘାତଚନ୍ଦ୍ର ଅଛି

   ବୁଲୁଛ କାହିଁକି ଦାଣ୍ଡ ।


ଆଜି ପରା ଯେଣୁ ଛାଡଖାଇ ଅଛି

  ତୁମକୁ କି ଜଣାନାହିଁ,

ଓଷେଇତିଆଣି ଅନେଇ ରହିଛି

  ତୁମକୁ ଖାଇବା ପାଇଁ ।


ତେଣୁ ତୁମେ ଶୀଘ୍ର ଜୀବନ ଧରିକି

   ଅନ୍ଯ ଆଡେ ଚାଲିଯାଅ,

ପାପୀ ମଣିଷଙ୍କ ହାତରେ ନ ମରି

   ସୁଇସାଇଡ୍ କରିଦିଅ।


ନଚେତ୍ ହେ ବନ୍ଧୁ କ‌ଉଶଳ କରି

   ଜଙ୍ଗଲକୁ ଚାଲିଯାଅ,

ବିଲୁଆ କଟାସ ଖାଉ ହେ ତୁମକୁ

   ସେଠି ମୁକ୍ତି ହୋଇଯାଅ।


କ'ଣ କହିବି ମୋ ଧବଳେଶ୍ଵରଙ୍କ

   କରିଥିଲି ବଡ଼ ଓଷା,

ଦୁଇଦିନ ହେଲା ଓପାସରେ ଥିଲି

   ଉଡୁଥିଲା ମୋର ହଂସା।


ଗଣଶା ବେହେରା ବାଡିରେ ପଶିକି

   ଘାସ ଚରୁଥିଲା ବେଳେ,

ସ୍ତ୍ରୀ ଟି ତାହାର କହୁଥିଲା ଏହା

   ଶୁଣିଲି ମୁଁ ସେତେବେଳେ।


ହ‌ଇଓ ଶୁଣୁଛ ମାରକେଟ ଯାଅ

   ଦେଶୀ ମାଛ ଖାସି ମାଂସ,

ଦେଶୀ କୁକୁଡ଼ାରୁ ଦି କିଲେ ଆଣିବ

   ହ‌ଉ ପଛେ ଯେତେ ଖର୍ଚ୍ଚ।


ମାସେ ହେଲା ମୁହିଁ ଆଇଁଷ ଛାଡିଛି

   ପାଟି ଅରୁଚି‌ ଲାଗୁଛି,

ମାଂସ ମିଳିବନି ଶୀଘ୍ର ଯାଅ ତୁମେ

   ଲାଇନି ସେଠି ଲାଗିଛି।


ଗଣଶାଭାଇଟି ବାଇକ୍ ଧରିକି 

  ମାଂସ ପାଇଁ ଯିବାବେଳେ,

ମୋତେ ଦେଖି ପାଟିକରି କମ୍ପେଇଲା

  ଷଣ୍ଢ ପଶିଛି ବାଡିରେ।


ଗଣଶାର ସ୍ତ୍ରୀ ଠେଙ୍ଗାଟିଏ ଧରି

  ନିର୍ଦ୍ଧୁମ୍ ପିଟିଲା ମୋତେ,

ଦେଖ ମୋ ପିଠିଟା ଫଟେଇଛି ତାର

   ବଡ‌ଓଷା ଧର୍ମ କେତେ ।


ବୁଝିହୁଏ ନାହିଁ ଶ୍ରେଷ୍ଠ ଜୀବ ବୋଲି

   ଏ ମଣିଷ କହୁଅଛି,

ଛାଡଖାଇ, ନୂଆବର୍ଷ,ରଜପର୍ବେ

‌ ଜୀବଙ୍କୁ କାହିଁ ମାରୁଛି ।


ଓଷା ପୂର୍ବଦିନ ମାଉଁସ ଖାଇବା

   ମାସେ ଆଉ ଖାଇବାନି,

ଓଷା ବାସି ଛାଡ ଖାଇର ମେଲଣ

   ହାତଛଡ଼ା କରିବାନି।


ଛାଡଖାଇ ମାନେ ମାଂସ ଖିଆ ନୁହେଁ

   ଇନ୍ଦ୍ରିୟ ସୁଖ ତେଜିବା,

ହିଂସା, ଅହଂକାର,ଷଡ‌ଋପୁ ସବୁ

   ଖାଇ ହଜମ କରିବା।


ମାସକ ସାତ୍ତ୍ୱିକ ହବିଷ୍ଯ ଆହାର

   ପରେ ବଡ଼ ଓଷା ବ୍ରତ,

ଛାଡଖାଇ ଅଟେ ବଡ‌ଓଷା ପାଇଁ

    ପରୀକ୍ଷାଟିଏ ପ୍ରକୃତ।


ଷଣ୍ଢ କହୁଥାଏ ଛେଳି କୁକୁଡାଙ୍କୁ

    ମଣିଷ ବୁଝି ନ ପାରେ,

ଏକଥାକୁ ଶୁଣି ମୁରୂଖ ଅପର୍ତ୍ତି

   ଷଣ୍ଢକୁ ପ୍ରଣାମ କରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy