STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Comedy

3  

ନାୟକ ଅକ୍ଷୟ ରାଜହସ୍ତୀ

Comedy

ଜେଜେ ତମେ ବି

ଜେଜେ ତମେ ବି

1 min
122

ଷଷ୍ଠ ରୁ ନଷ୍ଟ

ନବମେ ପ୍ରେମ

କରି କରି  ଛାତିରେ

ଚାପିଛି ତାର ଛବି,

ନାଲି ଫ୍ରକ୍ ତଳ

ସେ ଖରା ବେଳ

ଅମ୍ବୁଲ ଖିଆ କେମିତି

ଏତେ ଜଲଦି ଭୂଳିଯିବି ।


ଘରେ ଜାଣି ବାକୁ

ଇସ୍କୁଲୂ ପଢ଼ାକୁ

କିନ୍ତୁ ପରୀକ୍ଷା ସମୟେ

ହେଉ ଥାଏ ମୁଁ ପୁରା ଥେବି,

ସାଙ୍ଗ ମାନେ ସବୁ

 କିଲାସ ଉଠନ୍ତି

ମୋ ଉତ୍ତର ଖାତା ରେ ଆଳୁ କୋବି। 


ହେବାରୁ ଭେଣ୍ଡିଆ

ମୋ ମୁଣ୍ଡ କୁଣ୍ଡିଆ

ଲୋକେ କହୁ ଥିଲେ 

ଦିନେ ନା ଦିନେ ହିର ହେବି,

ଦେଖି ରଂଗ ଢଙ୍ଗ

ଅନେଶତ ଅଂଗ

ବାପାଙ୍କ ମାଡରେ

ପୁରା ପୁରି ନାଲି ଜଲବି,

ଆଈ ଦେଖି କହେ

ସାନ୍ତ୍ଵନା ବି ଦିଏ

ନାତି ଜେଜେ ଏକ ଦୁହେଁ

 ସତରେ ଜେଜେ ତମେ ବି !

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy