STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ମାଆ ମୋ ଆସୁଛି

ମାଆ ମୋ ଆସୁଛି

1 min
177

ଦଶ ଭୂଜା ଧାରୀ ଦୂର୍ଗତୀନାଶିନୀ

ମାଆ ଆସୁଅଛି ମରତେ

ଦୁଃଖ ବିନାଷିବ ଧରଣୀ କମ୍ପିବ

ହସ ଖେଳାଇବ ଜଗତେ ।


ଆକାଶେ ଚାନ୍ଦିନୀ ଶୀତଳତା ଭରେ

ଶେଫାଳି ରହିଛି ଚାହିଁ

ମହ ମହ ହୋଇ ମହକେ ଧରଣୀ

ମାଆ ମୋ ଆସିବା ପାଇଁ ।


 କାଶତଣ୍ଡି ହସ ସୂଣ୍ଣଭୀକିରଣେ

 ଧରଣୀ ବକ୍ଷରେ ଭରେ

 ନବବଧୂଟିର ଅଳସ ଛାଡେନି

 ଗୃହ ସଜ୍ଜାସଜି କରେ ।


ମାଳତୀ ଦେହରେ ମାଦକତା ପୁଣି

ଜହ୍ନି ଫୁଲ ଦେହ ଅନ୍ଧାର ଦେହେ

ସରସୀ ବକ୍ଷରେ କୁମୁଦ ପ୍ରତୀକ୍ଷା

ଶାରଦୀୟ ସଂଧ୍ୟା ମନକୁ ମୋହେ ।


Rate this content
Log in