ସମ୍ପର୍କ
ସମ୍ପର୍କ
1 min
178
ସମ୍ପର୍କ ଶବ୍ଦ ଟି ଏପରି ବ୍ଯାପକ
କାଟ ନାହିଁ କଥା ପଦରେ
ମୃତ୍ଯୁ ପରେ ସେ ଅକ୍ଷୟ ସମ୍ପତ୍ତି
ରହି ଥିବ ସଦା ସାଥୀରେ
ମାତୃ ଗର୍ଭେ ରହି ବିଛେଇ ଦେଇଚି
ସଂସାରର ମାୟା ଜାଲକୁ
ଜାଲେ ପଡି ଯାଇ ଛଟ ପଟ ହୁଏ
ଠେଲି ପାରେ ନି ସେ ଦୂରକୁ
କାଟି ଦେଉ ଅଛ ମନ୍ଦ ଜିଭଟିଏ
ରକତ ବଦଳେ ଲୁହ
ଯଦି ମନେ କିଛି ଦ୍ବନ୍ଦ ଉପୁଜୁଚି
ଖୋଲା ହୃଦୟରେ କୁହ
ପାଇବ ସମ୍ମାନ ଛାଡି ଅଭିମାନ
ଜୀବନର ମୂଲ୍ଯ ବୁଝ
ଅଢେଇ ଦିନିଆ ବଢେଇ କଥାକୁ
ନକର ମନରେ ବୋଝ ।
