STORYMIRROR

Arjuni charan Behera

Comedy Inspirational Others

3  

Arjuni charan Behera

Comedy Inspirational Others

ଆମ ରସଗୋଲା

ଆମ ରସଗୋଲା

1 min
179

     

ରସ ଗୁଲୁ ଗୁଲୁରେ ରସଗୋଲା l

   ଚାଲିଲା ଲାଗିଲା କେତେ ଝମେଲା ll

ରସଗୋଲା ମିଠା ଭାରି ବଢ଼ିଆ l

     କରିବନି ତାକୁ ଚୋପା ଛଡ଼ିଆ ll

ଧୋବ ଫରଫର ନାଲିଆ ପୁଣି l

     ଶୁଦ୍ଧ ଛେନା ସଙ୍ଗେ ସିରାପ ଚିନି ll

ଜୀବନେ ତୋତେ ଯେ ଚାଖିଛି ଥରେ l

    ପାଶୋର ନ ଯିବ ସାତ ଜନ୍ମରେ ll

ତୋର ପାଇଁ ହେଲା କେତେ ସମର l

     ସମସ୍ତେ କହିଲେ ଇଏ ଆମର ll

ପୁରାଣ ସାହିତ୍ୟୁ କେତେ ବଖାଣ l

   ଥୋଇଦେଲେ ଆଣି ନିଜ ପ୍ରମାଣ ll

ଓଡ଼ିଆ ବଙ୍ଗାଳି ହାତକୁ ଝାଡ଼ି l

   ଛାତି ବାଡ଼େଇ ହେଲେ ଗଡ଼ାଗଡ଼ି ll

ବଙ୍ଗାଳି ବୋଲନ୍ତି ଆମ ନବୀନ l

      କରିଥିଲେ ଏହାକୁ ଉଦ୍ଭାବନ ll

ପାହାଳ ସାଲେପୁର ରସଗୋଲା l

     ଓଡ଼ିଆ ବୋଲଇ ଆମର ଭଲା ll

ଏମିତି ଚାଲିଲା ଷଣ୍ଢ ଲଢ଼େଇ l

    ବାକ୍ ଯୁଦ୍ଧ ଆଉ ବାକ୍ୟ ବଢ଼େଇ ll

ହସ୍ତକ୍ଷେପ କଲେ ଶେଷରେ ଯାଇ l

      ନୀଳାଦ୍ରୀ କନ୍ଦର ଜଗତ ସାଇଁ ll

ଶୁଣହେ ଓଡ଼ିଆ ବଙ୍ଗାଳି ଭାଇ l

     ମିଛେ ଗଡ଼ା ଗଡ଼ି ହୁଅ କିପାଇଁ ll

ଜାଣିଛ ତ କେଉଁ କାଳରୁ ମୁହିଁ l

    ନୀଳାଚଳେ ବସି ପାଳୁଛି ମହୀ ll

ସାଗର ଦୁଲଣୀ ମୋର ଘରଣୀ l

   ତୁମ ମାଆ ଶ୍ରୀଲକ୍ଷ୍ମୀ ଠାକୁରାଣୀ ll

କରନ୍ତି କିଭଳି ତୁମୁଳ କାଣ୍ଡ l

     ଜାଣିଲେ ତୁମର ଘୁରିବ ମୁଣ୍ଡ ll

ରଥଯାତ୍ରା ପରେ ଶିରି ମନ୍ଦିର l

     କିଳି ବସି ଥାନ୍ତି ସିଂହ ଦୁଆର ll

ଶଙ୍ଖା,ଶାଢ଼ୀ,ରତ୍ନ ଯେତେ ଯାଚିଲେ l

   ଲକ୍ଷ୍ମୀ ମାନ ଭାଙ୍ଗି ନପାରୁ ହେଳେ ll

ରସଗୋଲା ଆଣି ଶେଷରେ ଖୋଇ l

     ପସୁ ଶ୍ରୀମନ୍ଦିରେ ଲକ୍ଷ୍ମୀ ମନାଇ ll

କାଳେ କାଳେ ଏହା ମୋହର ପାଲା l

   ମିଛରେ ଲଢ଼େଇ ମୋ ରସଗୋଲା ll

ଏବେ ବୁଝି ନିଅ ଆରେ ଭକତେ l

     ନିର୍ମାତା ଏହାର ମୁଁ ଯୁକ୍ତି ଯୁକ୍ତେ ll

ଆମ ରସଗୋଲା ଦାରୁ ଦେବତା l

     ଉତ୍କଳେ ଆରାଧ୍ୟ ଆମରି ନେତା ll

ଆନନ୍ଦ କନ୍ଦ ହେ ଭାବ ବିନୋଦ l

      ଜୟ ଜଗନ୍ନାଥ ଜୟ ଗୋବିନ୍ଦ ll

        


Rate this content
Log in

Similar oriya poem from Comedy