STORYMIRROR

Shanti Mishra

Comedy

3  

Shanti Mishra

Comedy

ସ୍ଵାଧୀନତାର ସ୍ଵାଦ

ସ୍ଵାଧୀନତାର ସ୍ଵାଦ

1 min
202


ତୁମ ଆସିବାର ଆଗମାନୀ ବାର୍ତ୍ତା

ଗଗନ କହେ, ପବନ କହେ

ଜଣାଇ ଦିଏ ସେ ତୁମରି ସତ୍ତା ।


ଚଞ୍ଚଳ ପଦ କ୍ଷେପର ମୃଦୁ ଶବ୍ଦ

ଆନନ୍ଦ ଲହରୀରେ ତୋଳଇ ଛନ୍ଦ ।


କିନ୍ତୁ ପଚାରିବାକୁ ଇଛା ଗୋଟିଏ କଥା

ସତ କହିବ ନରଖି ମନେ କିଛି ଗୋପନିୟତା ।


ସ୍ଵାଧୀନ ହେଲା ସିନା ଦେଶ ଆମର

ସ୍ଵାଧୀନ ହେଲା କି ଆମ ଆତ୍ମା କାହାର !


ସେଇ ଲୋଭ ଚୋରି ପରଶ୍ରୀ କାତର

ଘେରି ରହି ଅଛି ପ୍ରାଚୀର ହୋଇ ଆମ ଭିତର ।


ଅସହାଏ ପଡିଛନ୍ତି ଦୟା କ୍ଷମା କରୁଣା

ସ୍ନେହ ଶ୍ରଦ୍ଧା ସବୁ ଅକ୍ଷମ ଆଜି ହୁଅନ୍ତି ବାଟବଣା ।


ଜଣେ ସହି ପାରୁନାହିଁ ଅନ୍ୟ ଜଣକୁ

ଲୁଚାଇ ରଖି ପାରୁ ନାହିଁ ଭିତରର ଈର୍ଷାକୁ ।


ସେ ଯାହା ବି ହେଉ ପଛେ ଏ ଏକ ସତ କଥା

ସ୍ଵାଧୀନତାର ସ୍ଵାଦ ଆମ ରସଗୋଲା ଠୁ ମିଠା ।


ପୁନଃ ପୁନଃ ସ୍ଵାଗତ ତୁମକୁ ହେ ଅଗଷ୍ଟ ପନ୍ଦର

ଏ ସ୍ଵାଧୀନତା ଥିଲା ପୂର୍ବଜଙ୍କ ଅଦମ୍ୟ ଚେଷ୍ଟାର ଫଳ ।


ସତ କୋଟି ପ୍ରଣାମ ସହ କରେ ନତ ମଥା

ଯୁଗେ ଯୁଗେ ଦେଶ ଗାଉ ସେହି ସ୍ଵାଭିମାନୀ ବୀର ପୁତ୍ରଙ୍କ ଗାଥା ।


ତାଙ୍କ ପୂଣ୍ୟ ପ୍ରଚେଷ୍ଟାରେ ଆଜି ହିମାଳୟ ଠାରୁ କନ୍ୟାକୁମାରୀ ଯାଏ ଆମେ

ନିର୍ଭୟେ ବୁଲୁଛୁ ଆନନ୍ଦେ ଦେଶ ଦେଶ, ସହର ଗ୍ରାମେ ଗ୍ରାମେ ।



Rate this content
Log in

Similar oriya poem from Comedy