ଧଳା ଭାଲୁ
ଧଳା ଭାଲୁ
ତୁନ୍ଦ୍ରା ଅଞ୍ଚଳର ଧଳା ଭାଲୁ ଦେଖି
ମନରେ ହେଲା ମୋ ଲୋଭ
ପାଳିବାକୁ ଘରେ ଇଚ୍ଛା କଲି ମୁହିଁ
ଲଗାଇଲି ସଙ୍ଗେ ଭାବ ।
ରୂପଟି ଧବଳ ଶରୀର କୋମଳ
ଦେଖି ମନ ଶାନ୍ତ ହେଲା
ଶାନ୍ତିର ପ୍ରତୀକ ତା ରୂପ ରଙ୍ଗରେ
ମନ ମୋର ଲୋଭ କଲା ।
ଧଳା ଭାଲୁ ସିନା ଆଣିଲି ଘରକୁ
ଦେବାକୁ ପଡ଼ିଲା ସେବା
ବରଫ ବୋହିବା ଦୁଃଖ ନସରିଲା
ଦେଖି ଲୋକ ହେଲେ କାବା ।
ଉଷୁମ ମଣ୍ଡଳେ ଘର ତୋଳି ଧନ
ତୁନ୍ଦ୍ରାଞ୍ଚଳେ କଲୁ ଭାବ
ତତଲା ହାଣ୍ଡିରେ ପୁରାଇ ବରଫ
ଖୋଜୁଛି ମୁଁ ମୂର୍ଖ ଲାଭ ।
ଦେଖିବାକୁ ସିନା ଶାନ୍ତ ଲାଗୁଥିଲା
ନିତି ରମ୍ପା ମୁଁ ଖାଇଲି
ଖଣ୍ଡିଆ ଖାବରା ହୃଦୟ ଉପରେ
ମଲମ ନିତି ଲେପିଲି ।
ନିଜ ପରିବେଶ କଥା ମନେରଖି
ଘରକୁ ଆଣିବ ଜୀବ
ତୁନ୍ଦ୍ରା ଅଞ୍ଚଳର ଧଳା ଭାଲୁ ରମ୍ପା
ଖାଇବା କମ୍ ନୋହିବ ।
