ମାତୃଭାଷା ପ୍ରତି ଅର୍ପଣ କର
ମାତୃଭାଷା ପ୍ରତି ଅର୍ପଣ କର
ଅର୍ପଣ କରୁଛି ମୋ ତନୁ ମନକୁ
ମାତୃଭାଷା ଗର୍ଭେ ଆଜି
ଆଜୀବନ ତାର ରକ୍ଷା କରୁ ଥିବି
ସଂଗ୍ରାମୀ ଟିଏ ମୁ ସାଜି ।
ବହି ଯାଉ ପଚ୍ଚେ ମୋ ଦେହ ରୁ ରକ୍ତ
ଚାଲି ଯାଉ ଏ ଜୀବନ
ତଥାବି ଲଢ଼ିବି ମାତୃଭାଷା ପାଇଁ
ତା ଭାବେ ହେବି ମୁଁ ଲୀନ ।
ରକ୍ତ ଜୁଡୁ ଜୁଡୁ ଏ ଦେହକୁ ମୋହର
ଖାଇ ଯାଉ ପଛେ ଶ୍ୱାନ
ମୋ ପରେ ମୋହର ଉତ୍ତରାଧିକାରୀ
ସାଜି କା ବିକ ବପନ ।
ମୋ କ୍ଷୀଣ ଜ୍ଞାନକୁ ରୂପ ମୁଁ ଦେଉଛି
ରଚନା ବଳୀରେ ମୋର
ଚେଷ୍ଟା ମୁ କରୁଛି ଜାଗ୍ରତ ନିମିତ୍ତ
ପରିବର୍ତ୍ତନର ସ୍ୱର ।
ଦେଖାଇବା ଆମ ସୃଜନୀ ମଧ୍ୟମେ
ଆମ ମାତୃଭାଷା ବଳ
ଆସ ଉତ୍କଳୀୟ ଉପାଡ଼ି ଦେବା ସେ
ବିଦେଶୀ ଭାଷା ର ମୂଳ ।
