STORYMIRROR

pujasini sunaani

Abstract Children Stories Comedy

3  

pujasini sunaani

Abstract Children Stories Comedy

ମନେ ରହିବେ କଲାମ୍

ମନେ ରହିବେ କଲାମ୍

1 min
169


ମଛୁ ଆଲା ଘରେ ଜନମ ଲଭିଣ

ମହା ନାୟକ କର୍ମରେ

ପଙ୍କରୁ ପଦ୍ମ ଜାତ ହେଲାପରି

ବିଭୂଷିତ ହେଲ ପଦ୍ମରେ


ଦକ୍ଷିଣ ଭାରତ ରାମେଶ୍ଵରମ୍ ଠାରେ

ଏ•ପି•ଜେ •ଅବ୍'ଦୁଲ କଲାମ୍

ମୁସଲମାନ ପରିବାରେ ଜନ୍ମିତ ତୁମେ ହେ

ତୁମକୁ ମୋର ସଲାମ୍


ମାତା ଆସିଆମ୍ମା ପିତା ଜୈନୁଲାବଦ୍ଦୀନ

ନାଉରିଆ କୁଳ ରତ୍ନ

ଛୋଟ ବେଳୁ ଖବର କାଗଜ ବିକି ହେ

ବିଦ୍ଯାରେ ଲଗାଇ ମନ


ପଦାର୍ଥ ବିଜ୍ଞାନେ ଅଧ୍ୟୟନ ରତ

ନିଶାଯାର ପଢିବାରେ

ନିଜ ବିବାହକୁ ଭୂଲିଯାଏ ଯିଏ

ରହି ଗବେଷଣା ଗାରେ


ମାଡ୍ରାସ ଇନ୍ସିଟିଚ୍ଯୁଟ ଟେକ୍ନୋଲଜି ଶିକ୍ଷା

ଇ°ଜିନିୟରି°ପାଠ ପଢି

ହୁଇଲ୍ ଦ୍ବିପର ମିଶାଇଲ୍ ମେନ୍

ଇସ୍ରୋ କର୍ମକ୍ଷେତ୍ର ଗଢି


ପୃଥ୍ବୀ ଅଗ୍ନି ତ୍ରିଶୂଲ୍ ଆବିଷ୍କାର କରି

ନି଼ଃସ୍ବାର୍ଥ ସେବା ଦେଶର

ବାଲାଷ୍ଟିକ଼ ମିଶାଇଲ୍ ଆହେ ବୈଜ୍ଞାନିକ

ସିଦ୍ଧହସ୍ତ ଯାହାଙ୍କର


ପଦ୍ମବିଭୂଷଣ ପଦ୍ମଭୂଷଣ ଭାରତରତ୍ନ 

ରାଷ୍ଟ୍ରପତି ବୈଜ୍ଞାନିକ

ଆକାଶ ପୃଥିବୀ ତତ୍ତ୍ଵ ସ°ଗ୍ରହରେ

ଡକ୍ଟର କଲାମ୍ ସିଦ୍ଧହସ୍ତ


୧୫-୧୦-୩୧ରେ ଜନ୍ମ ଯାହାଙ୍କର

ବାସଗୃହେ ରାମେଶ୍ବରମ୍

୨୬-୭-୨୦୧୫ ମୃତ୍ୟୁ ଟି ତାଙ୍କର

କବର୍'ସ୍ଥଳ ରାମେଶ୍ୱରମ୍


ଧନ୍ଯ ଜନ୍ମଭୂମି ଧନ୍ଯ କର୍ମଭୂମି

ହିନ୍ଦୁ ଶାସ୍ତ୍ର ଗୀତା ଜ୍ଞାନ

ଭାରତ ଗୈାରବ ସାଧକ ସନ୍ୟାସୀଙ୍କୁ

କୋଟି, କୋଟି ମୋ ନମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract