କାଗଜ ଡଙ୍ଗା
କାଗଜ ଡଙ୍ଗା
1 min
168
କାଗଜ ଡଙ୍ଗା ମୋ ଜୀବନ ଯାତ୍ରାରେ
କେତେ ଯେ ପ୍ରେରଣା ଦେଇଥାଏ
ଅନ୍ୟର ଖୁସିରେ ନିଜେ ଭିଜେ ଯିଏ
ଜୀବନର ସ୍ୱାଦ ପାଏ ସିଏ ।।
କେତେ ଯେ ମହକ ବରଷା ପାଣିର
ପାଣି ଫୋଟୋକାର ମାଡ ସହି
ଶିଖାଇ ଦିଏ ସେ ଜୀବନ ଡଙ୍ଗାଟି
ଏପରି ଭାବରେ ଯିବୁ ବାହି।।
ହସି ହସାଇବୁ ସଂସାର ପଥରେ
ପଥିକ ସାଜିବେ ସୁଖଦୁଃଖ
କାଗଜ ଡଙ୍ଗାଟି ଅତି ଆପଣାର
ତାକୁ ଗଢି ନିଜେ ଟିକେ ଦେଖ ।।
