STORYMIRROR

AIRMAN 1ST CLASS RAJESH KUMAR BHOI

Abstract Comedy Inspirational

3  

AIRMAN 1ST CLASS RAJESH KUMAR BHOI

Abstract Comedy Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
162


ମୋ'ଦେଶ ତ୍ରିରଙ୍ଗା ଉଡ଼େ ଫର ଫର

ଗାଏ ଗୌରବର ଗାଥା

ଶାନ୍ତି ମୈତ୍ରୀ ତ୍ୟାଗ ଵୈରାଗର

କହି ବିଜୟର କଥା।୧।


କାଶ୍ମୀର ଠାରୁ କୁମାରୀକା ଯାଏ

ସଭିଏଁ ତ ଆମେ ଏକ

ଗାଇ ଯିବା ତା'ର ଐକ୍ୟ ଗୌରବ

ହୋଇ ପ୍ରାଣ ମନ ଏକ।


ଭୁଲି ଜାତି ଭେଦ ବର୍ଣ୍ଣ ବୈଷମ୍ୟ

ହେବା ଆମେ ଏକାକାର

ଭୁଲିଯିବା ନାହିଁ ଅତୀତ ଗୌରବ

ଆମ ଦେଶ ମାତୃକାର।


କେତେ ସୁର ବୀର ନର ବୁହାଇଲେ

ଛାତିରୁ ରକତ ଧାର

ବଳିଦେଲେ ନିଜ ପ୍ରାଣ ଦେଶ ପାଇଁ

ରଖିଲେ ଗାରିମା ତା'ର।


ବୀର ପ୍ରସବିନୀ ଭାରତ ଜନନୀ

ଆମେରେ ସନ୍ତାନ ତା'ର

ତା'ମହିମା ପାଇଁ ଜୀବନ ଯୁଝିବା

ହୋଇ ସବୁ ଏକାକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from AIRMAN 1ST CLASS RAJESH KUMAR BHOI

Similar oriya poem from Abstract