ତ୍ରିରଙ୍ଗା
ତ୍ରିରଙ୍ଗା
1 min
139
ଗର୍ବ କରେ ଆଜି ମୋଦେଶ ପାଳୁଛି
ସ୍ଵାଧୀନତାର ଏ ପଞ୍ଚସ୍ତରି ବରଷ
କେତେ ଯେ ଆନନ୍ଦ ଉତ୍ସବ ପାଳୁଛେ
ମୋ ଦେଶର ଧ୍ବଜା ଉଡେ ହରଷ।
କାହିଁକି କେଜାଣି ପ୍ରଶ୍ନ ଉଙ୍କି ମାରେ
ସତେକି ହୋଇଛେ ଆମେ ସ୍ୱାଧୀନ
ନାରୀ ନିର୍ଯାତନା ବଳାତ୍କାରିକତା
ବଢିଚାଲିଅଛି ଦିନକୁ ଦିନ ।
ମୋ ଦେଶେ ଜନମି କେତେ ମହିୟସୀ
ମାତୃବନ୍ଦନୀୟ ମାଆ ଭଉଣୀ
ତଥାପି ଆଖିରୁ ଅଶ୍ରୁସୁଖେ ନାହିଁ
ତ୍ରିରଙ୍ଗା ପାଖରେ କରେ ମାଗୁଣି ।
ମୋ ଦେଶ ଗୌରବ ଉଡେ ଫର ଫର
ମାତୃଭାଷା , ମାତୃଭୂମି ମହାନ
ନାରୀ ଶକ୍ତି ମୟୀ ନୁହେଁ ନିର୍ଜତିତା
ଦିଅରେ ସର୍ବଦା ତାକୁ ସ୍ୱାଧୀନ ।
