STORYMIRROR

Puja Pradhan

Children Stories Comedy

3  

Puja Pradhan

Children Stories Comedy

ପେଟ୍ରୋଲ ଦର

ପେଟ୍ରୋଲ ଦର

1 min
199

ମାଙ୍କଡ଼ ଭାଇନା ଜଗିଛି ଗାଡ଼ିରେ

 କହୁଛି ହେଲାଣି ଡେରୀ

ଛତାଟାକୁ ଟିକେ ମନେକରି

 ତୁମେ ଆସିବ ହାତରେ ଧରି


ଅମାନିଆଁ ମେଘ ଆସୁଥାଏ ଖାଲି

 ଟିକେ ବର୍ଷା ଟିକେ ଖରା ହୋଇ

ଟିପି ଟିପି ବରଷା ସାଙ୍ଗକୁ

 ପବନ ବି ସାଇଁ ସାଇଁ


କହୁଛି ତିଆରି ଭାରୀ ହୁସିଆରୀ

 ସହିତ ରେନି କୋଟଟିକୁ ପିନ୍ଧିବ

ଦୁଇଟି ପିଲାଙ୍କୁ ଧରି ଗାଡ଼ିରେ

  ସାବଧାନରେ ବସିବ


କେତେ କଷ୍ଟରେ ବାହାରିଛୁ

 ଶ୍ରୀ କ୍ଷେତ୍ର ବୁଲିବାକୁ

 ହେଲେ ଏହି ଅମାନିଆଁ ବରଷା ପାଇଁ

  ମନ ମୋର ଦୁକୁ ଦୁକୁ


ଶୁଣିଛି ଆଗରୁ ପେଟ୍ରୋଲ ବଢ଼ିଛି

  ଦର ତାର ଦାଉ ଦାଉ

 ମୋ ସ୍ତ୍ରୀ କହୁଛି ଗାଡି ଚଲେଇବା

  ସେତିକି ତୁମର ଥାଉ


 ଭାରୀ ସଉକରେ ଯାକଯମକରେ

  ବାହାରିଛି ହିରୋ ପରି

 ଘରଣୀର ଏହି କଥା ଶୁଣି ଲାଗେ

  ଯାଉଛି ମୋ ମନ ମରି


ହୁ ହୁ ହୋଇ ଦର ବଢ଼ି ଚାଲେ

 କମିବାର ନାଁ ନାହିଁ

ଶ୍ରୀକ୍ଷେତ୍ର ବୁଲିବା ଇଚ୍ଛା ମୋର

  ନ ଯାଉ ମନରୁ ଉଭେଇ

 

ଆମ ସରକାର ଭାରୀ ହୁସିଆର

   ସବୁକଥା ସେ ବୁଝନ୍ତି

କାହିଁକି କେଜାଣି ପେଟ୍ରୋଲର କଥା

 କେବେ ବି ନ ଶୁଣନ୍ତି


କେତେ ଯେ ଷ୍ଟ୍ରାଇକ କରୁଥାନ୍ତି ଲୋକେ

  ପେଟ୍ରୋଲ କମିବା ପାଇଁ

ତେଲ ଦର କଥା ଯେମିତି ତାଙ୍କ

  କାନକୁ ଯେ ଶୁଭୁ ନାହିଁ


 ଶଶୁର ଘରର ବୋହୁ ଦାମୀ ଗାଡି

  ପାଖରେ ମୋହର ଅଛି

 ସମସ୍ତଙ୍କ ଭଳି ପେଟ୍ରୋଲ ଦରକୁ

 ଚାହିଁ ରହିଛି ମୁଁ ବସି 


  

  



Rate this content
Log in