ଅଭିମାନ
ଅଭିମାନ
1 min
207
କେବେ ପୁଣି ଆସ ପହିଲି କିରଣେ
କେବେ ଆସ ଝାଞିଖରାରେ
ହିମ କାକରର ବିନ୍ଦୁଟିଏ ମୁଁ ଯେ
ଝରି ପଡେ ତୁମ ସ୍ପର୍ଶରେ ।
କେବେ ଦିଅ ତୁମେ ଚାନ୍ଦିନି ରାତିଟି
କେବେ ଦିଅ ଅମା ଅନ୍ଧାର
କେବେ ପୁଣି ଦିଅ ସଜ ଗୋଲାପଟି
କେବେ ଦିଅ ସ୍ମୃତି ଚାଦର।
କେବେ ପୁଣି ଦିଅ ରଂଗ ତୂଳି ହାତେ
କେବେ ଦିଅ କୋରା କାଗଜ
ସେହି କାଗଜରେ ତୁମପ୍ରତିଛବି
ହେବାକୁ ଦିଏନି ସଜ ।
କେବେ ପୁଣି ଦିଅ ଓଠ ମଧୂଭାଷା
ପ୍ରିତି ଉପହାର ହସ
ସେ ହସରେ ଧୂଏ ଅନେକ ଯାତନା
ମନ୍ଦ ମଳୟର ପରଶ ।
ଏମିତି ଜୀବନ ବନ୍ଧା ଏ ପରାଣ
ଭିଜେ ତୁମ ଭାବନାରେ
ଅଭିମାନସବୁ ଠୂଳ କରି ଦିଏ
ଆଉଜେଇ ଦିଅ ବକ୍ଷରେ ।
