STORYMIRROR

Saphala Das

Children Stories Comedy

3  

Saphala Das

Children Stories Comedy

ଅଭିମାନ

ଅଭିମାନ

1 min
153

କେବେ ପୁଣି ଆସ ପହିଲି କିରଣେ 

କେବେ ଆସ ଝାଞ୍ଜିଖରାରେ

ହିମ କାକରର ବିନ୍ଦୁଟିଏ ମୁଁ ଯେ

 ଝରି ପଡେ ତୁମ ସ୍ପର୍ଶରେ ।।


କେବେ ଦିଅ ତୁମେ ଚାନ୍ଦିନି ରାତିଟି 

କେବେ ଦିଅ ଅମା ଅନ୍ଧାର

କେବେ ପୁଣି ଦିଅ ସଜ ଗୋଲାପଟି 

କେବେ ଦିଅ ସ୍ମୃତି ଚାଦର।।


କେବେ ପୁଣି ଦିଅ ରଂଗ ତୂଳୀ ହାତେ

କେବେ ଦିଅ କୋରା କାଗଜ

ସେହି କାଗଜରେ ତୁମ ପ୍ରତିଛବି

ହେବାକୁ ଦିଏନି ସଜ ।।


କେବେ ପୁଣି ଦିଅ ଓଠ ମଧୁଭାଷା 

ପ୍ରୀତି ଉପହାର ହସ

ସେ ହସରେ ଧୁଏ ଅନେକ ଯାତନା

 ମନ୍ଦ ମଳୟର ପରଶ ।। 


ଏମିତି ଜୀବନ ବନ୍ଧା ଏ ପରାଣ 

  ଭିଜେ ତୁମ ଭାବନାରେ 

 ଅଭିମାନ ଠୁଳ କରି ଦିଏ 

  ଆଉଜି ତୁମ ବକ୍ଷରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍