Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sonali Swapna Patra

Abstract Comedy Drama

3  

Sonali Swapna Patra

Abstract Comedy Drama

ଜୋଇଁ ମୋର

ଜୋଇଁ ମୋର

1 min
156


 


ବାଛି ବାଛି ଗୋଟେ ଜୋଇଁ ମୁଁ କରିଛି

ଆଖିଟା ତାହାର ଟେରା,

ବେଦୀରେ ଝିଅକୁ କଣେଇ ଚାହୁଁଛି

ସତେକି ଉଲ୍କା ତାରା ।

ବଡ଼ ଜୋଇଁ ବୋଲି ବାହାରୁ ଆଣିଛି

ପାହାଳ ରସଗୋଲା,

ସେ କି ବୁଝିବ ତାହାରି ମୂଲ୍ୟ

କହୁଛି ତୋରାଣି ଗୋଳା ।

କି ପାଠ ପଢ଼ିଛି ତାଙ୍କୁ ହିଁ ଜଣା

ହୃଦୟଟି ତାଙ୍କ ଟିକେ କଣା,

ବାହା ହେବାପାଇଁ ଉଚ୍ଛନ୍ନ ଥିଲା

ଝିଅକୁ ମୋର କଲା ବାଟବଣା ।

ଜାଣିନଥିଲି ମୁଁ କାଲ ସେ ବୋଲି

ଲେଉଟ ଆସିବାରୁ ମୁଁ ଜାଣିଲି,

ଘର କଥା ମୋର ଘରେ ରଖିଲି

ବାହାରେ କହୁଚି 

ଜୋଇଁ ନୁହେଁ ସେ ହୀରା ଖଣ୍ଡେ ବୋଲି ।

ନିଜର ଭାବି ମୁଁ ସବୁ କହିଲି

କାହାକୁ ନକୁହ ବୋଲିଣ ବୋଇଲି,

କି କରିବି ଆଉ ପଛରେ ଭାବି

ଜୋଇଁ ମୋର ଗୋଟେ ବେକାର ବୋଲି ।



Rate this content
Log in