Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Abstract Inspirational

4  

Sonali Swapna Patra

Abstract Inspirational

କନ୍ୟା

କନ୍ୟା

1 min
251


ସୁନ୍ଦର ସୃଷ୍ଟିରେ ଅନ୍ୟତମ ସୃଷ୍ଟି

କନ୍ୟାଟିଏ ସେ ଅନନ୍ୟା,

ଦୁଇ କୂଳ ହିତା ଦୁହିତା ବୋଲାଇ

ଲୁଚାଏ ମନେ ବେଦନା ।


ନୂପୁରର ଶବ୍ଦ ଶୁଭେ ରୁଣୁଝୁଣୁ

ହାତେ ଶୋଭାପାଏ ଚୁଡ଼ି,

ସ୍ରଷ୍ଟାଙ୍କ ଶ୍ରେଷ୍ଠ କୃତି କନ୍ୟା ଅଟେ

ତଥାପି ତା ହାତେ ବେଡି ।


ଦାର,ଭଗ୍ନୀ,ଜନନୀ ଅନନ୍ୟ ରୂପ

ଦେବାତ୍ମା ରୂପେ ତନୁଳ,

ଶ୍ରେଷ୍ଠ ଜନ୍ମ ପାଇଁ ବାଃ ବାଃ ଶବ୍ଦ ଶୁଣେ

ବଞ୍ଚେ ପିଇ ସେ ଗରଳ ।


ଲକ୍ଷ୍ମୀ ପ୍ରତିମା ସେ ଜନ୍ମଦାତା ଙ୍କ ପାଇଁ

ସ୍ବାମୀ ପାଇଁ ସୁହାଗିନୀ,

ଆଜି ଯିଏ କନ୍ୟା କାଲି ସେ ଜନନୀ

ଯୁଗେ ଯୁଗେ ପୂଜାୟିନୀ ।


କନ୍ୟା ଭ୍ରୁଣ ହତ୍ୟା କରନାହିଁ କେବେ

ଏହା ଏକ ମହାପାପ,

ଦୁଃଖ ଜଞ୍ଜାଳ କୁ ସହିବା ଶକତି

କନ୍ୟାର ମହତ ରୂପ ।


ସୃଷ୍ଟିରେ ମହତ ତ୍ୟାଗ ଅପ୍ରମିତ

ହୋଇଥାଏ କନ୍ୟାରତ୍ନ,

ବେଳ ଥାଉ ଥାଉ ସଜାଗ ହୋଇଣ

ନିଅନ୍ତୁ କନ୍ୟାର ଯତ୍ନ ।


Rate this content
Log in

Similar oriya poem from Abstract