ସ୍ବାର୍ଥ
ସ୍ବାର୍ଥ
ସ୍ବାର୍ଥ ଥିବାଯାଏଁ ସଭିଏଁ ନିଜର
ଆପଣା ବୋଲି କୁହନ୍ତି,
ସ୍ବାର୍ଥ ସରିଗଲେ କେ ଅବା କାହାର
ମୁଁହକୁ ବୁଲେଇ ଯାନ୍ତି ।
ଦୁନିଆ ଚାଲିଛି ସ୍ବାର୍ଥର ପଛରେ
ସଭିଏଁ ସେଥିରେ ବାଇ,
କି ହେବ ଆଉ ସଚ୍ଚୋଟତା ପଣେ
ସ୍ବାର୍ଥ ପାଇଁ ଯାନ୍ତି ଧାଇଁ ।
ସ୍ୱାର୍ଥରେ ପ୍ରେମ ଏଠି ସ୍ୱାର୍ଥରେ ବନ୍ଧୁ
ସ୍ବାର୍ଥ ଅଛି ସବୁ ମୂଳେ,
ସ୍ୱାର୍ଥରେ ସମ୍ପର୍କ କିବା ବେଶୀ ଦିନ
ମଣିଷକୁ ସେହି ଜାଳେ ।
ଲୋଭ ଆଣିଦିଏ ମଣିଷକୁ ମୃତ୍ୟୁ
ସ୍ବାର୍ଥ ଭାଙ୍ଗିଦିଏ ସବୁ,
ସବୁରି ପ୍ରାରମ୍ଭେ ସ୍ୱାର୍ଥକୁ ଲୋଡିଲେ
କରେ ଅପମୃତ୍ୟୁ କାବୁ ।