ନିୟତିର ଖେଳ
ନିୟତିର ଖେଳ
କିଏ ଜାଣିଥିଲା ଭାଙ୍ଗିଯିବ ବୋଲି
ଶାନ୍ତି ଭରା ଏହି ସ୍ଥୂପ,
ବିଶ୍ୱାସରେ ବିଷ ଦେଇ ଚାଲିଗଲ
କିଏ ଯାଚିଦେଲା ପାପ ।
ସ୍ୱପ୍ନର ମହଲ ଲାଗୁଛି ବେରଙ୍ଗ
ତୁମେ ଯିବା ପରେ ପରେ,
ସବୁ ରଙ୍ଗ ଯଦି ଛାଡିବାର ଥିଲା
କିଏ ଯୋଡ଼ିଲା ଏଥିରେ ।
ଯେଉଁଠି ନଥିଲା କୁଟ କପଟତା
ସେଠି ଜନ୍ମ ନେଲା ଭୟ,
ସେହି ଭୟ ଆଜି ଅଲଗା କରିଲା
ଜୀବନର ନାହିଁ ଲୟ ।
ନିୟତିର ଖେଳ କେ ପାରିବ କଳି
ସବୁ ଆଜି ହେଲା ଶୂନ୍ୟ,
ସବୁକୁ ସହୁଛି ହୃଦୟ ମୋହର
ଲୋଡା ଅଛି ମୋତେ ପୁଣ୍ୟ ।