STORYMIRROR

Sonali Swapna Patra

Abstract Fantasy

4  

Sonali Swapna Patra

Abstract Fantasy

ପତି ପତ୍ନୀ

ପତି ପତ୍ନୀ

1 min
264


ସଂପର୍କ ମଧ୍ୟରେ ନିବିଡ଼ ସମ୍ପର୍କ

ପତି ପତ୍ନୀ ନାମେ ଜଣା,

ଦୁହିଁଙ୍କ ନାମରେ ଜୀବନ ଅଖ

ଦୁହେଁ ପରା ପରିପୂର୍ଣ୍ଣ ।


ପତି ଯଦି ହୁଏ ଘରର ମୁରବି

ପତ୍ନୀ ଯେ ତାର ସମ୍ମାନ,

ମତାନ୍ତର ମଧ୍ୟେ ଥାଏ ପ୍ରିତିଭାବ

ଗଢ଼ିଥାନ୍ତି କରି ଯତ୍ନ ।


କେତେ ଆଶା ନେଇ ପତ୍ନୀ ଧରେ ହାତ

ପତିଙ୍କ ରୂପରେ ମଣି,

ବୈଦିକ ରୀତିରେ ହୁଅଇ ମିଳନ

ନିବିଡ଼ ସମ୍ପର୍କ ଜାଣି ।


ଅର୍ଥେ ଲୋଭୀ ଯଦି ପତ୍ନୀ ହୋଇଥାଏ

ଘର ହୁଏ ଛାରଖାର,

ପତି ଯଦି ମାତେ ପର ନାରୀ ସଙ୍ଗେ

ପତ୍ନୀ ଲୋଡ଼େ ନାହିଁ ଘର। 


ସନ୍ତୁଳିତ ହୋଇ ଦୁହେଁ ଚାଲିଥାନ୍ତି

ଛାଡି ସବୁ ଅହଙ୍କାର,

ଦୁହିଁଙ୍କ ଇଚ୍ଛାରେ ଗଢା ହୋଇପାରେ

ମର୍ତ୍ତ୍ୟେ ଏକ ସ୍ୱର୍ଗପୁର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract