Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Inspirational

3  

Sonali Swapna Patra

Inspirational

ସନ୍ତାନ

ସନ୍ତାନ

1 min
210


ମାଆଟିଏ ସଦା ମଙ୍ଗଳ ମନାସେ

ସନ୍ତାନର ସୁଖ ପାଇଁ 

ସବୁ ଓଷା ବ୍ରତ ପାଳନ କରଇ

ସନ୍ତାନର ଆୟୁ ପାଇଁ ।


ମାଆ ପଣତରେ ଢାଙ୍କି ରଖିଥାଏ

ଛତ୍ର ଛାୟା ତଳେ ତାକୁ 

ବାପାଙ୍କ ସ୍ନେହଟା ଅଦୃଶ୍ୟ ହେଲେବି

ଜଣା ଅଛି ହେ ସଭିଙ୍କୁ ।


ପ୍ରେମ ମୂଲ୍ୟ ପରା ସନ୍ତାନ ପାଖରେ

ରହିଥାଏ ଟିକେ ବେଶୀ 

ସନ୍ତାନ ପାଇଁକି ପିତା ମାତା ଦୁହେଁ

ସବୁ ସହିଯିବେ ହସି ।


ଦୁନିଆଟା ଅନ୍ଧକାର ହୋଇଯିବ

ସନ୍ତାନକୁ କଷ୍ଟ ହେଲେ 

ଭାଗ୍ୟର ଆଦେଶେ ମିଳେ ସୁସନ୍ତାନ

କେତେ ପୁଣ୍ୟ ଅବା କଲେ ।



Rate this content
Log in

Similar oriya poem from Inspirational