Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Classics Fantasy Inspirational

4  

Sonali Swapna Patra

Classics Fantasy Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
347


ଛାଟ ଧରି ମାଆ ସଂସ୍କାର ଦେଇଛି

ଯିବି ନାହିଁ କେବେ ଭୁଲି,

ବାପାଙ୍କ ତାଗିଦ୍ ଦିଏ ନୀତିଶିକ୍ଷା

ମଣିଷଟେ ହେବି ବୋଲି ।


ପରିବାର ଠାରୁ ପ୍ରେରଣା ପାଇଛି

ହାରିବି ନାହିଁ ଜୀବନେ,

ତାଙ୍କରି ଆଶିଷେ ଯିବି ବହୁଦୂର

ଜୀବନ ଗଢି ଯତନେ ।


ଗୁରୁଜନ ପ୍ରତି ସମ୍ମାନ ଶିଖିଛି

ସାନକୁ ଦେବି ଆଦର,

ମଣିଷ ପଣିଆ ରଖି ମନ ମଧ୍ୟେ

ଜିଣିବି ଶତ ସାଗର ।


ହାରି ଯିବି ଯଦି ଜୀବନରେ କେବେ 

ଜୀବନକୁ ହାରିବିନି,

ଜୀବ ଥିଲେ କେତେ ସଫଳତା ଦେବି

ମାଆ କୁହେ ସବୁଦିନି ।


ଚରଣରେ ଦାସ ହୋଇ ରହିଥିବି

ଆଜନ୍ମେ କୃପା ଲଭି,

ତାଙ୍କ ବିନା ମୋର ଆଦର୍ଶ ଜୀବନ

ହେବ ନାହିଁ କାଯ୍ୟ ସିଦ୍ଧି ।


Rate this content
Log in

Similar oriya poem from Classics